STORYMIRROR

କବିରତ୍ନ ନୂତନ କୁମାର ବେହେରା

Drama Classics Inspirational

3  

କବିରତ୍ନ ନୂତନ କୁମାର ବେହେରା

Drama Classics Inspirational

ଦଶହରା

ଦଶହରା

1 min
200


ଦଶହରା ଯା'ର ଅନ୍ୟ ନାମ ବିଜୟା ଦଶମୀ

ହିନ୍ଦୁ ସଂସ୍କୃତି ପରମ୍ପରାର ଏକ ପୁଣ୍ୟ ତିଥି

ଯା' ମଣିଷ ମନରେ ଆଣିଦିଏ ପବିତ୍ର ଭାବଭକ୍ତି

ଶାରଦୀୟ ଦୁର୍ଗାପୂଜା ନାମରେ ଖ୍ୟାତ

ବ୍ରତ ଉପାସନା ଆରାଧନାର ଏକ ଶୁଭ ଲଗନ

ଜୀବନେ ମାନବ ରହିବାକୁ ଶୃଙ୍ଖଳିତ ମାର୍ଜିତ

ଅନୁସରଣ କରେ ଶାସ୍ତ୍ରୀୟ ସିଦ୍ଧାନ୍ତ

ପ୍ରାଚୀନ ବେଦ ପୁରାଣର ଆଧ୍ୟତ୍ମିକ ଜ୍ଞାନତତ୍ତ୍ବ

ଜୀବନଧାରା ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ

ଆଚରଣେ ପାଳି ତା' ବିତାଏ ସୁଖରେ ଦିନ

ସମୟର ସ୍ରୋତ ସର୍ବଦା ଗତିଶୀଳ ପ୍ରବହମାନା

ଆଜିର ଘଟଣା କାଲିକୁ ପାଲଟି ଯାଏ ଇତିହାସ

ତା ମଧ୍ୟରୁ ଅନୁଶୀଳନ କରି ମାନବ ଜାତି

ସତ୍ୟ ନ୍ୟାୟ ଆଦର୍ଶକୁ କରିଥାଏ ଅନୁସରଣ

ସଚେତନ କରି ଦଶହରା କରାଇ ଦିଏ ସ୍ମରଣ 

ସମଗ୍ର ବିଶ୍ଵର ଚେତନଶୀଳ ମାନବମାନଙ୍କୁ

ଅସତ୍ୟ ଉପରେ ସତ୍ୟର ବିଜୟ ଯୁଗେ ଯୁଗେ

ଅତ୍ୟାଚାରୀ ପ୍ରବଳପ୍ରତାପୀ ଦୈତ୍ୟ ରାବଣ ନିଧନ 

ମାତା ସୀତାଙ୍କ ଉଦ୍ଧାର କରି ଦେବା ସମ୍ମାନ 

ପୃଷ୍ଠଭୂମି ଉପରେ ଆଧାରିତ ବିଜୟା ଦଶମୀ

ଆଦିଶକ୍ତି ମାତା ଦୁର୍ଗାଙ୍କୁ ଉପାସନା କରି ଶ୍ରୀରାମ

ମହା ପରାକ୍ରମୀ ରାବଣକୁ କରିଥିଲେ ଧ୍ବଂସ

ଉଡାଇବାକୁ ଯଶ କୀ

ର୍ତ୍ତି ବିଜୟର ଧ୍ବଜା

ଶାରଦୀୟ ଦୁର୍ଗାପୂଜା ସମାଜେ ହୁଏ ପ୍ରଚଳିତ

ଆଶ୍ଵିନ ଶୁକ୍ଳ ପ୍ରତିପଦଠାରୁ ଦଶମୀ ପର୍ଯ୍ୟନ୍ତ

ନବରାତ୍ର କରାଯାଏ ଦେବୀ ଶକ୍ତିର ଉପାସନା

ଅନ୍ତିମ ଦିବସଟି ଦଶହରା ଆନନ୍ଦର ମୁହୂର୍ତ୍ତ

ସଫଳତା ହେଉଛି ଶ୍ରମ ସାଧନର ପୁଣ୍ୟଫଳ

ପ୍ରତିଟି ମଣିଷ ଭିତରେ ଅଛି ଦେବ ଦାନବ ଗୁଣ

ଆସୁରିକ କୁପ୍ରବୃତ୍ତି କଲେ ଦମନେ ନିୟନ୍ତ୍ରଣ

ଜାଗି ଉଠେ ଦେବ ସୁଲଭ ମହନୀୟ ଗୁଣ

ମାନବ ହୁଏ ଅତି ମାନବ ମହାମହିମ ଦେବ ସମ

ଏ ତାତ୍ତ୍ଵିକ ଭାବ ଗୂଢ଼ ରହସ୍ୟ ବୁଝାଏ ଦଶହରା

ନ୍ୟାୟ ନୀତି ନ ମାନିଲେ ହୁଏ ସେ ଦିଗହରା

ଶରୀର ଏକ ଦୁର୍ଗ ସାଥେ ହୋଇଥାଏ ତୁଳନୀୟ

ଏ ଶରୀର ରୂପୀ ଦୁର୍ଗର ଜୀବନୀ ଶକ୍ତି ବା ପ୍ରାଣ

ଚେତନ ଆତ୍ମା ହିଁ ପ୍ରକୃତରେ ଆଦିଶକ୍ତି ଦୁର୍ଗା

ଧ୍ୟାନ ଧାରଣା ତପ ସ୍ଵାଧ୍ୟାୟରେ କରାଯାଏ ଜାଗ୍ରତ 

କୁଣ୍ଡଳିନୀ ମଧ୍ୟରେ ସେ ବିରାଜିତ ହୋଇ

କରୁଥାଏ ଅହରହ ଓଁକାର ବୀଜମନ୍ତ୍ରର ପ୍ରଣବଧ୍ବନି

ପ୍ରାଣୀର ହୃଦୟ ଭିତରେ କରେ ଜୀବନ ସଞ୍ଚାର

ଦଶ ଇନ୍ଦ୍ରିୟକୁ କଲେ ନିୟନ୍ତ୍ରଣ ଆସେ ଜାଗରଣ

ଏ ତତ୍ତ୍ବଜ୍ଞାନ ସୂଚାଇ ଦିଏ ଦଶହରାର ମହତ୍ଵ

ଜ୍ଞାନୀ ବିଜ୍ଞ ପ୍ରଜ୍ଞ ସାଧକ ବୁଝେ ତା' ଦେଇ ଗୁରୁତ୍ବ।


Rate this content
Log in

Similar oriya poem from Drama