STORYMIRROR

Chittaranjan Nanda

Inspirational

3  

Chittaranjan Nanda

Inspirational

ଦରକାର ନାହିଁ ମାନପତ୍ର

ଦରକାର ନାହିଁ ମାନପତ୍ର

1 min
175


କାନ୍ଥରେ ସରବେ "ଶୁଭ ଲାଭ" 

ଯତନରେ ଲେଖ

କେତେ ଧନ ଘରକୁ ଆସୁଛି ତାର 

ହିସାବ ରଖ ।୧।


ସେଇ ଶିକ୍ଷାଦାନରୁ କାହୁଁ ପାଇବା 

ମନୁଷ୍ୟ ଉତ୍ତମ ସଂସ୍କୃତିର

କର୍ତ୍ତବ୍ୟ ତ ଅଟେ ଜୀବନ ସାଧନା 

ସଂସାରର ମୂଳାଧାର ।୨।


ପୁଞ୍ଜିବାଦରେ ନିଜ ସ୍ୱାର୍ଥ ପାଳନ  

ଶ୍ରେଷ୍ଠ ଧର୍ମ ରହିଥାଇ

କର୍ତ୍ତବ୍ୟ କରିବା ଦେଖାଣିଆ ଖାଲି

ଧର୍ମକୁ ଦ୍ୱାହି ଦେଇ ।୩।


ନିଜ ସ୍ୱାର୍ଥ ପାଳନେ ପୁଞ୍ଜିର ନିଶାରେ

କାଟିଲେ ଜଙ୍ଗଲ

ସଂସ୍କାର ତ ବଦଳିଵ ବଦଳିଛି ନିଜେ

ସ୍ୟାର୍ଥାନ୍ୱେଷୀ ହେଲ ।୪।


ସଂଘର୍ଷ କରେ ଆଜି ମଣିଷ ଅମ୍ଳଜାନ

ଅଭାବରୁ 

ମଣିଷ ଆଜି ରୁଗ୍ଣ ଚିନ୍ତିତ ସର୍ବେ 

ଜଙ୍ଗଲର ବିଲୁପ୍ତରୁ ।୫।


ବହୁଛି ମୃତ୍ୟୁର ଶବ ଡ

ାକ୍ତର ଆଜି 

ଶୋଷଣ କରେ

କର୍ତ୍ତବ୍ୟ ଭୁଲିଛି ପୁଞ୍ଜିବାଦୀ ଲାଭ 

ଭିତ୍ତିକ ପାଠରେ ।୬।


ଯୁଗେ ଯୁଗେ ପ୍ରତ୍ୟେକ ସଭ୍ୟତାରେ 

ସାହିତ୍ୟର ଝଙ୍କାର

ପ୍ରତିରୋପଣ କରିଥାଏ କ୍ରାନ୍ତିଧାରା

ସଂସ୍କୃତିର ।୭।


କର୍ତ୍ତବ୍ୟ ପଥରେ ଅଗ୍ରସର ହେବା 

ଯେ ନହୁଏ କାତର 

ସମାଜ କର୍ତ୍ତବ୍ୟେ ପ୍ରାଣ ସମର୍ପିତ  

ଦରକାର କରେନି ମାନପତ୍ର ।୮।


ମହାଭାରତ ରାମାୟଣ ଗୀତା  

ପୁରାଣ ଓ ଅନ୍ୟାନ୍ୟ ଶାସ୍ତ୍ରରୁ

ଶିକ୍ଷା ପାଇଛି କର୍ତ୍ତବ୍ୟ ନିକଟେ ସ୍ନେହ

ମମତା ସଂପର୍କର ସ୍ଥାନ ନାହିଁ ଜମାରୁ ।୯।


ଜନତା କଣ୍ଠରେ ଭରିବାକୁ ମଣିଷତ୍ୱର 

ଅମୃତ ରସ

କିଛି ସାହିତ୍ୟିକ ଯୁଗେ ଯୁଗେ ଆସନ୍ତି  

ସେମାନେ ଚିର ନମସ୍ୟ ।୧୦।



Rate this content
Log in

Similar oriya poem from Inspirational