ଦରିଦ୍ର ମଣିଷ
ଦରିଦ୍ର ମଣିଷ
ଦରିଦ୍ର ମଣିଷର ନ ଥାଏ ଶୁଭ ଲଗ୍ନ
ଦୁଇ ବେଳା ଖାଦ୍ୟ ତାର ସପ୍ନ
ଅସହାୟ ନିରୁପାୟ ଦରିଦ୍ର ମଣିଷ
କି ହୃଦୟ ବିଦାରକ ଦୃଶ୍ୟ
ଜରାଜିର୍ଣ୍ଣ ପରିତିକ୍ତ ଘର
ଛିଡାଜରି ପଚା ସଡା ମାଛି ଭଣ ଭଣ
ସେଇଠି କରୁଛନ୍ତି ବାସ
ପ୍ରସାଶନର ବି ଭାଙ୍ଗୁ ଗାଢ଼ ନିଦ୍ରା
ବିସ୍ଥାପିତ ହୁଅନ୍ତୁ ଏ ବର୍ଗର ମଣିଷ
ଏ କି ସମୟର ନିଷ୍ଟୁର ବିଦ୍ରୁପ
ଦରିଦ୍ର ମଣିଷର ଆଖି ପୋଖରୀ ସାଜି
ଭରିଯାଏ ସେଥିରେ ଲୁହ
ଦରିଦ୍ର ମଣିଷର ଚରିତ୍ର ହୁଏ କଳଙ୍କିତ
ଆତ୍ମା ସମ୍ମାନ ଘାଇଲା ହୁଏ ବାରମ୍ବାର
ଦରିଦ୍ର ମଣିଷ ଉପରେ ହୁଏ ଅତ୍ୟାଚାର
ଆଖିଆଗେ ଅଭାବ ର ଚିତ୍ର ପଟ
ବଞ୍ଚି ରହିବା ପାଇଁ ଭାରି ସଂକଟ
ଯୋଜନା ଉପରେ ଯୋଜନା
ଖାଦ୍ୟ ସୁରକ୍ଷା, ଶିଶୁ ସୁରକ୍ଷା
ମାତୃ ସୁରକ୍ଷା, ପରିବେଶ ସୁରକ୍ଷା
କିନ୍ତୁ ନୈରାଶ୍ୟ ର ପରିସୀମା
ସୁରକ୍ଷା, ଯୋଜନା କି ସମବେଦନା
ନିଜ ନିଜର ପ୍ରତିଷ୍ଠା ପ୍ରତି ପ୍ରତି ପାଇଁ
ଅଣ ନିଶ୍ୱାସୀ ଅତ୍ୟାଧୁନିକ ସଭ୍ୟତା
ମାନବ ସେବା ଯେ ମାଧବ ସେବା
ଦରିଦ୍ର ମଣିଷଙ୍କ ସେବାରେ ଏ କି ବ୍ୟତିକ୍ରମ
ଦରିଦ୍ର ମଣିଷ ବେସାହାରା
ନାହିଁ ତାର ନ୍ୟାଯ୍ୟା ଅଧିକାର
ଦରିଦ୍ର ହେବା ମଣିଷ ର ନାହିଁ ଅଭିଶାପ
କେଉଁ ଜନ୍ମ, କର୍ମ ର ଫଳ ଭୋଗେ
ନକର ଘୃଣା ଗରୀବ, ଦରିଦ୍ର ମଣିଷକୁ
ଆର ଜନ୍ମେ ଆମେ ହୋଇବାକି ତାହା ।