ଦରଦୀ ବନ୍ଧୁ
ଦରଦୀ ବନ୍ଧୁ
ବୃକ୍ଷର ପତ୍ର ଗହଳ ଉପରେ ପଡି ଖରା
ସମୟ କ୍ରମରେ ବଦଳୁଥାଏ ତାର ଛାଇ
ଆରାମରେ ଶାନ୍ତିର ମୁହୂର୍ତ୍ତଟିଏ କାଟିବାକୁ
ପଥକ୍ଳାନ୍ତ ପଥିକଟିଏ ତା' ତଳକୁ ଧାଏଁ
ଆଶା ଭରସାକୁ ତାର ସାଥୀରେ ନେଇ
ସେ ବୃକ୍ଷ କେବେ କାହାକୁ କରେନା ମନା
ସମ୍ଭାଳି ସୂର୍ଯ୍ୟର ତେଜୀୟାନ ତୀକ୍ଷ୍ଣ କରିଣ
କଷ୍ଟ ଯନ୍ତ୍ରଣାଦାୟକ ଉତ୍ତାପର ଚାପ
ଅନ୍ୟ ପାଇଁ ହୋଇଥାଏ ସେ ଦରଦୀ ବନ୍ଧୁ
ଜୀବନ ବି ଏମିତି ଏକ ବୃକ୍ଷଟିଏ
ନିଜେ ସହି ବହି ଜଗତର ଜଞ୍ଜାଳ ସବୁ
ଅନ୍ୟ ପାଇଁ ହୋଇଥାଏ ସହାୟକ
ସମ୍ପର୍କର ପରିଧି ଭିତରେ ଘରଠୁ ସମାଜ
ମଣିଷଟିଏ ଆତ୍ମନିର୍ଭଳଶୀଳ ହେବା ପର୍ଯ୍ୟନ୍ତ
ଲୋଡିଥାଏ ଅନେକଙ୍କର ସହଯୋଗ
ଜନକ ଜନନୀ ପିତା ମାତାଙ୍କଠାରୁ ଆତ୍ମୀୟ
ଭାଇ ବନ୍ଧୁ ଗୁରୁ ଗୁରୁଜନ ଆଦି ସମସ୍ତଙ୍କୁ
ଏମିତି କି ପରିଚିତ ଅପରିଚିତ ଯାଏଁ
ହେଲା ପରେ ସେ ଯଥେଷ୍ଟ ଦକ୍ଷ ସାମର୍ଥ୍ୟ
ଭ
ୁଲିଯାଏ ଯଦି ଏ ସବୁ ସେବାର ଅବଦାନ
ସେ ହୁଏ କୃତଘ୍ନ ହୃଦୟହୀନ ସ୍ୱାର୍ଥପର
ଆଉ ମନେରଖି ହୁଏ ଯିଏ କୃତଜ୍ଞ ବଶମ୍ବଦ
ସମାଜ କଲ୍ୟାଣେ ରହେ ଜୀବନ ଯାକ
ସମୂହ ସ୍ୱାର୍ଥ ପାଇଁ କରେ ମହତ କାର୍ଯ୍ୟମାନ
ସେ ହିଁ ପ୍ରକୃତରେ ଦୁଃଖର ସାଥୀ ଦରଦୀ ବନ୍ଧୁ
ସୁଖର ପଥେ ସବୁବେଳେ ସବୁଲୋକ
ଆନନ୍ଦ ଉତ୍ସବରେ କରନ୍ତି ଶୋଭାଯାତ୍ରା
ଆପଦ ବିପଦରେ କେବେ ଦିଅନ୍ତିନି ଦେଖା
ଦୁଃଖର ସେ ଅସହାୟ ଅସମୟରେ ଯିଏ
ପାଶେ ହୋଇ ଠିଆ ଦିଏ ଉତ୍ସାହ ପ୍ରେରଣା
ସମ୍ବେଦନଶୀଳତାରେ ଦେଖାଏ ସହାନୁଭୂତି
କରେ ଆଶାତୀତ ସାହାଯ୍ୟ ସହଯୋଗ
ସେ ଦରଦୀ ବନ୍ଧୁ ଚିର ପୂଜ୍ୟ ନମସ୍ୟ
ସେ ହିଁ ହୁଏ ଶ୍ରେଷ୍ଠ ପୁରୁଷରୁ ମହାପୁରୁଷ
ସାଧାରଣ ନାରୀରୁ ମହୀୟସୀ ଦେବୀ
ତାଙ୍କରି ସୁଦୟା କରୁଣାରେ ଚାଲେ ସମାଜ
ସଂସାରରେ ଭାଗ୍ୟବାନ ହୋଇଥାଏ ସିଏ
ଏମିତି ଜଣେ ଦରଦୀ ବନ୍ଧୁ ପାଏ ଯିଏ।