Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Others

3  

Shiba Charan Mahapatra

Others

ଦୋଷୀ

ଦୋଷୀ

1 min
220



ଶୁଣିପାରୁଛ ବଂଶୀର ଧୂନ୍ 

ଯାହା ଲାଗେ ମୋତେ କାହା କାନ୍ଦଣା ପରି..!?


ମାଟି ଆକାଶ ସମୁଦ୍ର ପାହାଡ଼ ଝରଣା ଜଙ୍ଗଲ ଝରାଫୁଲ

କେହିଜଣେ ତ କାନ୍ଦୁଛି ଅବା ଏ ସମସ୍ତେ ,ଶୁଣିପାରୁନ ତୁମେ..!?


କାହିଁକି ଏ କାନ୍ଦ, ଦାୟୀ କିଏ..!?


ଶ୍ରବଣଶକ୍ତି ହରାଇଥିବା କର୍ଣ୍ଣ ଦ୍ୱୟ ଯେ ଯନ୍ତ୍ରଣା ମନ୍ତ୍ରଣା ସହଜେ ବାରି ପାରିନି ଏଯାଏଁ

ଅବା ଚାଟୁକାର ପବନ

ଯେ ପ୍ରତିଶ୍ରୁତି ପାଳନ ଦ୍ୱାହି ଦେଇ ବଦଳାଇ ନେଇଛି ମୋଡ଼..!?


ଅବା ପ୍ରଜାପତି ମନ ଯେ ଉଡ଼ିବା ମନ୍ତ୍ର ଫୁଙ୍କି ଏସିଡ୍ ଢାଳିଥିଲା ସତେଜ ପାଖୁଡ଼ାରେ..!?

ହେଇପାରେ ମଲ୍ଲୀ ଟଗର ଉଶୃଙ୍ଖଳିତ କାମନା ଯେ କହିଥିଲେ ସ୍ବାଧୀନତା ନାଁ ରେ ଇପ୍ସିତ ଦେବତା ଶରଣ୍ୟେ ଧୋଇଯାଏ ସବୁ ଜନ୍ମ ଜନ୍ମାଂତର ପାପ..!!


ଅବା ଦୋଷୀ ତୁମେ ନିଜେ ଯେ ଶ୍ୟାମଳ ଆଲିଙ୍ଗନ ଆଳେ ଅଚିରେ ଭାଙ୍ଗି ଦେଇଥିଲା ଏମାନଙ୍କ ନିଜତ୍ବ ଗର୍ବ ଦମ୍ଭ ହାଡ଼..!?


କିଛି ବିଚିତ୍ର ନୁହେଁ ହେଇପାରେ ସେ ଦୋଷୀ ଜଣକ ମୁଁ ଯେ ପ୍ରେମିକ ବୋଲି ସାବ୍ୟସ୍ତ କରି ପାରିନି ନିଜକୁ ଶେଷ ସ୍ବୀକାରୋକ୍ତି ପରେ..!!


ଅବା ଆମେ ସମସ୍ତେ ଷଡ଼ଯନ୍ତ୍ରକାରୀ ଏ ଜଘନ୍ୟ ହତ୍ୟାକାଣ୍ଡର

ଯିଏ ଜଗତିକରଣ ଆଳେ ଭାଗ୍ୟବିଧାତା ସାଜି ଲେଖୁଥିଲେ ନୂଆ ଭବିଷ୍ୟତ ଦୋଷମୁକ୍ତ ବିଷମୁକ୍ତ ପୃଥ୍ବୀର..!


Rate this content
Log in