Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Others

2.6  

Manorama Mohanty

Others

ଦୋଷ ମୋର ସବୁ ଭୁଲିଯାଅ ପ୍ରଭୁ

ଦୋଷ ମୋର ସବୁ ଭୁଲିଯାଅ ପ୍ରଭୁ

1 min
217



ଦୋଷ ମୋର ସବୁ ଭୁଲିଯାଅ ପ୍ରଭୁ 

 ଜାଣିନି ମୁଁ କିଛି କ୍ଷମାସାଗର 

ଅଜ୍ଞାନ ଅବୋଧ ଅକିଞ୍ଚନ ମୁହିଁ 

 ଅପରାଧ ମୋର ମନେ ନ ଧର |


ବିଷୟାରେ ମଜ୍ଜି ତୁମକୁ ନ ଭଜି 

  ବୁଡ଼ିଗଲି ଭଵସାଗରେ ମୁହିଁ 

କାମ କ୍ରୋଧ ଲୋଭ ମୋହର ସୁଅରେ 

  ଭାସିଗଲି ସୁଖ ପାଇବା ପାଇଁ ||


ସଂସାର ବୋଝକୁ ମୁଣ୍ଡରେ ମୁଣ୍ଡେଇ 

  ଅକାରଣେ ଗଲା ଜୀବନ ବିତି 

ଧନ ଯଉବନ ନୁହେଁ ଚିରନ୍ତନ 

  ତୁମେ ହିଁ ତ ଇହ ପରର ସାଥୀ |||


ତୁମରି ନାମକୁ ଜପାମାଳି କରି 

  ସଂସାର ସାଗର ହେବାକୁ ପାରି 

ଆଶା ବାନ୍ଧି ମୁଁହିଁ ଦମ୍ଭରେ ବସିଛି 

  ଭରସା ବିଶ୍ୱାସ କାତକୁ ଧରି ||||


ନ ହୋଇଲେ ସାହା ଆହେ ଚଉବାହା 

  ଆଉ କିଏ ଦୁଃଖ ଶୁଣିବ ମୋର 

ତୁମରି ଭଜନ ଗାଉଥିବି ସଦା 

 ଶ୍ରୀଚରଣେ କରି କୋଟି ଜୁହାର |||||



Rate this content
Log in