ଦୋଛକି
ଦୋଛକି
1 min
306
ଜୀବନ ରାସ୍ତାରେ
କେତେ ଯେ ଦୋଛକି
ସେକଥା କହିବ କିଏ !
କେତେବେଳେ କେଉଁ
ଦୋଛକି ଆସିବ
କାହାକୁ ଜଣା ନଥାଏ।
ବାଟ ଚାଲୁ ଚାଲୁ
ଅଜଣା ବାଟୋଇ
ଦୋଛକିରେ ବଣା ହୁଏ।
କେଉଁ ଦିଗେ ଯିବ
କାହାକୁ ପୁଚ୍ଛିବ
ଯେବେ ସେ ଜାଣି ନଥାଏ।
ସତ୍ୟ ଧର୍ମ ପଥ
ସର୍ବଦା ଗୋଟିଏ
ଅନ୍ୟ ସବୁ ମିଥ୍ୟା ବାଟ।
ଲୋଭ , ମୋହ, ସ୍ଵାର୍ଥ
ସାରଥୀ ସାଜିଲେ
ପଥ ଲାଗଇ ଅସ୍ପଷ୍ଟ।
ଦୋଛକିରେ ଯିଏ
ବାଟ ବଣା ହୁଏ
ଲକ୍ଷ୍ୟ ସ୍ଥଳ ହୁଏ ଦୂର।
ବୁଲେ ଦିଗହରା
ନାବିକ ପରାୟେ
ଜୀବନ- ତରୀ ଅସ୍ଥିର।
ସବୁ ଦୋଛକିରେ
ସତର୍କ ପ୍ରହରୀ
ବିବେକ ରହିଛି ଜଗି।
ତା କଥା ମାନିଲେ
ବାଟବଣା ନୁହେଁ
ହେଉ ଯୋଗି ଅବା ଭୋଗୀ।
ଜୀବନ ରାସ୍ତାରେ
ବାଟ ଚାଲୁଥିଲେ
ଦୋଛକି ଆସିବା ଥୟ।
ବିବେକ କଥାରେ
ଆଗକୁ ଚାଲିଲେ
ନ ଥିବ ଭ୍ରାନ୍ତି କି ଭୟ।