Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Das

Romance

4  

Prafulla Das

Romance

ଦୋ ଛକି ରାସ୍ତାରେ ବର୍ଷା

ଦୋ ଛକି ରାସ୍ତାରେ ବର୍ଷା

1 min
177



ବର୍ଷା ଆସିବା ଆଗରୁ 

ତମେ କାଳେ ଛାଡ଼ି ଦେଇ ଥିଲ

ଖପରା ଡିଆଁ ଖେଳ

ଦଳେ ଅଲାଜୁକ ଆଖି ,ହେଉଥିଲା ତଳ ଠୁ ଉପର

ମାଟି ହାଣ୍ଡି ଭାଙ୍ଗି ଗଲେ ଖପରା ହିଁ ଖପରା

ଏବେ ବୁଝିବାର ଵେଳ ।


ଯେତେଥର ତମକୁ ଭେଟିଛି

ଆଙ୍ଗୁଳିରେ ଟାଣୁଥାଅ ଗାର, ଖେଳୁଥାଅ ଛକି ଶୂନ ଖେଳ

ସେ ପାଦ ଆଙ୍ଗୁଠି ରେ ଝୁଣ୍ଟିଆ ଶବଦ

ଜୀବନର ଦୋ ଛକି ରାସ୍ତାରେ, ଖୋଜେ ତୁମ ପାଦ ଚିହ୍ନ

ଯେଉଁଠି ତମ ଗାଁ ରାସ୍ତା

ଆଲିଙ୍ଗନ କରେ ଆମ ଗାଁ ପଥ

ଏଇ ନିରୋଳା ବର୍ଷା ରେ

ସେଇ ଗୋଟେ ଛତା ତଳେ

ଖେଳି ବାକୁ ଵୋହୁ ଚୋରି ଖେଳ

ଏଇଟା ରାସ୍ତା ମଝାମଝି, ଯିବା ଚାଲ

ସେ ନିଦୁଆ ନଈ ପଠା ଆଡ଼େ, କହି ଦିଅ

ଫେରି ଵାକୁ ତମେ ତ ଚଞ୍ଚଳ

ବର୍ଷା  ଆଗରୁ ଛାଡିଛ ଖପରା ଡିଆଁ ଖେଳ ।


କଳା ଵାଦଲ ର କଜଳ ମାଖି,

ବାରିଦ ଵଧୂ ଵେଶ ସାଜେ,ତମ ଗାଁ ଦୋ ଛକି ରାସ୍ତାରେ

ପାଦ ଚିପି ଚିପି ଆସ

ତମ ଇନ୍ଦ୍ର ଚାପ ଓଢ଼ଣୀ ଟା ଆମ ଗାଁ ରାସ୍ତା ରୁ 

ମୁଁ ପାରେ ଦେଖି

ଫି କିନା ହସି ଦିଅ ସତେ ଆକାଶେ ହସେ ଐରାବତୀ

ମୁଁ ଯାଏ ତୁମ ପାଦ ଚିହ୍ନ ଖୋଜି ଖୋଜି

ବର୍ଷା ରେ ଭିଜିଭିଜି

ତମ ପାଦ ଅଳତା ମୋହରେ ।


ମୁଁ ଏକ ନିର୍ବୋଧ

ଶିଆଳି ଲତାରେ ଛନ୍ଦି ହୋଇ ଗଲି

ଅଭିଶପ୍ତ ଯଦୁ ବଂଶ ଶେଷ ନାୟକ ଟି ପରି

ଶେଷେ ଯାହା ଶର ବିଦ୍ଧ

ନିଗାଡି ଛି ଲୁହ ବର୍ଷା ,

ସେଇ ଦୋ ଛକି ରାସ୍ତାରେ, ଏମିତି ବର୍ଷା ରେ ।।



Rate this content
Log in

Similar oriya poem from Romance