Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଇଂ ଶୁଭ୍ରାଂଶୁ କୁମାର ବେହେରା

Tragedy

4.5  

ଇଂ ଶୁଭ୍ରାଂଶୁ କୁମାର ବେହେରା

Tragedy

ଦନାର ମାଝୀ

ଦନାର ମାଝୀ

1 min
354


ମରିଗଲା ବୋଲି ତରିଗଲା

ସଧବା ହୋଇକି ଚାଲିଗଲା,

କେତେ ନିଷ୍ଠୁର ନିଷ୍ପତ୍ତି 

ହେ ଉପରବାଲା

ବଢିଲା ଝିଅ ବଢୁ ବଢୁ

ହେଲେ ମା ଛେଉଣ୍ଡ 

ଆଉ ବିଚରା ଦନା 

ଜୀବନ ପଥରେ ଅଧା ଅଧି

ଏକେଲା ହୋଇଗଲା।


ସେତିକିରେ କ'ଣ ସରିଲା

କେତେ ହୀନିମାନ ହେଲା,

ଆୟୁଷ ସରିଲା ପରେ

ଶବ ହୋଇ ପଡ଼ି ରହିଲା

ନା ଅଛି ନିଜର ମଟର

ନା ଅଛି ସରକାରୀ ଗାଡ଼ି

କାହିଁ କେତେ ବାଟୁ

ଶାଶୁଘର ମଶାଣୀ ମାଟିଟା

ହାତ ଠାରି ଡାକୁଥିଲା ।


ଦନା କ'ଣ ସାହାଯ୍ୟ ମାଗିଲା

ନିହାତି ସ୍ଵାଭିମାନୀ ହେଲା,

ଛାତିଟା ପଥର କରି

ଶବଟାକୁ କାନ୍ଧେ ଉଠାଇଲା

ଘରଣୀର କଥା ଘାରି

ମାନ ଆଉ ସ୍ଵାଭିମାନେ

ବୋହି ଦନା ସ୍ତ୍ରୀ ଶବ

ଶାଶୁଘରେ ପହଞ୍ଚାଇ

ଶବର ବି ଇଜ୍ଜତ ରଖିଲା ।


ଏ ମଣିଷ ପଣିଆ ଥିଲା

ଅବା ନିଷ୍କପଟ ସମ୍ପର୍କଟେ ଥିଲା 

ସଚ୍ଚା ଦାମ୍ପତ୍ୟ ପ୍ରେମର

ସତେ ଇତିହାସ ରଚିଦେଲା

ଆଜି ଏ ସୁଇଟି କପୁଲୁ 

ସ୍ଵିଟ ହାର୍ଟ ବେବି ଡଲ

ଲଭ ୟୁ ମିସ ୟୁ ମାନଙ୍କ ପାଇଁ

ଦନା ମାଝୀ ନିସ୍ତବ୍ଧରେ

ଆଇନାଟେ ଛାଡ଼ିଗଲା ।


Rate this content
Log in

Similar oriya poem from Tragedy