STORYMIRROR

Banasmita Panda

Classics

3  

Banasmita Panda

Classics

ଦୀପାବଳି

ଦୀପାବଳି

1 min
278


ଆଲୋକର ପର୍ଵ 

ଉଜ୍ବଳତାର ପର୍ଵ ଦୀପାବଳି 

ଭରିଦିଏ ମନେ ପ୍ରେମ ଏବଂ ଭାଇଚାରା ଭାବ l


ଜୀଵନର ମୂଲ୍ୟବୋଧ ଜଣାଏ 

ଦେବା, ଦେବୀ, ଗୁରୁଜନ, ପରିବାର ଆଶୀର୍ବାଦରେ l


ଏକତ୍ରିତ ହୋଇ ଉଠଇ ସମସ୍ତ ହୃଦୟ 

ସଭିଙ୍କ ମନରେ ଭରିଯାଏ ସୁଖ, ସମୃଦ୍ଧିର ଅସାର l


ମନ ଭିତର ଅନ୍ଧକାର କୁ ଦୁରେଇ 

ପାପ, ଅହଂକାର କୁ ହଜାଇ 

ପବିତ୍ରମନା ଗଙ୍ଗାରେ ପକାଇବା ଡୁବ 

ଅନ୍ତରରୁ ନିଜକୁ କରିବା ପବିତ୍ର l


ଏ ସୁନ୍ଦର ପରବ ଏ ଶିକ୍ଷା ଦିଅଇ 

ରାମ, ରାବଣ ଭିତର ଫରକ ଦେ

ଖାଇ 

ପାପ, ପୁର୍ଣ୍ୟ, ସତ୍ୟ, ମିଥ୍ୟା ର ଏ ଲଢେଇ

ଖୋଲିବାକୁ ହେବ ହୃଦୟର ଦ୍ୱାର 

ଆପଣେଇ ନେବ ସାରା ସଂସାର l


କାଁଉଁରିଆ ଜାଳି 

ବଡବଡିଆ, ପିତୃପୁରୁଷକୁ କରିବା ଆବାହନ 

ମା ଲକ୍ଷ୍ମୀ ଙ୍କ ଛତ୍ରଛାୟାରେ 

ମିଷ୍ଟlର୍ନ, ସୁମିଷ୍ଟ ଭୋଜନରେ 

ପୁରା ପରିବାର ନିଏ ଆନନ୍ଦ l


ସ୍ନେହ, ଶ୍ରଦ୍ଧା,ବନ୍ଧୁତା, ପ୍ରେମ ତ୍ୟାଗ ର ଦିବସ 

ଯୁଗ ଯୁଗ ଧରି ରହିଥାଉ ଏ ମହାନ ପରବ 

କରୁଥାଉ ଆଲୋକିତ , ଉଜ୍ୱଳମୟ ସାରା ସଂସାର 

ପୁଲକିତ ହେଉଥାଉ ପ୍ରତିଟି ହୃଦୟ l



Rate this content
Log in

Similar oriya poem from Classics