Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

DILIP KUMAR SAHOO

Classics

4  

DILIP KUMAR SAHOO

Classics

ଦୀପ ଶିଖା ସୁନା ଦୁବଫୁଲ ସିନ୍ଦୂର

ଦୀପ ଶିଖା ସୁନା ଦୁବଫୁଲ ସିନ୍ଦୂର

1 min
339



ଦୀପ ଶିଖା ସୁନା ଦୁବ ଫୁଲ ସିନ୍ଦୂର

ଭାଇ ହାତେ ରାକ୍ଷୀ ଦିଶେ କେଡ଼େ ସୁନ୍ଦର ।

ସିନେହ ଶରଧା ମାଖି ଭାରି ଖୁସିରେ 

ଭଉଣୀ ବାନ୍ଧଇ ରାକ୍ଷୀ ଭାଇ ହାତରେ ।

ଲେଖିଦିଏ କପାଳରେ ଚନ୍ଦନ ଚିତା 

ଗେହ୍ଲା କରି ଖୋଇଦିଏ ସେ ମିଠା ପିଠା ।

ଅଲିଅଳି ଭଉଣୀ ର ଶରଧା ସ୍ନେହ

ରେଶମୀ ଡୋରି ରେ ବନ୍ଧା ମମତା ଖିଅ।

ବେଳ ଅବେଳରେ ଭାଇ ଭଉଣୀ ପାଇଁ

ଜୀବନକୁ ଦେଇ ଥାଏ ବାଜି ଲଗାଇ ।

ଭାଇ ଥିଲେ ଭଉଣୀର ନଥାଏ ଡର

ଭାଇ ପରା ଭଉଣୀର ଭାରି ନିଜର ।

ଭଉଣୀ ନଥିଲେ ଘର ଲାଗେନି ଭଲ

ଭଉଣୀ ର ସ୍ନେହ ଶ୍ରଦ୍ଧା ଅମୂଲ ମୂଲ ।

ରାକ୍ଷୀ ଯାଏ କଥା ଟିଏ ସଭିଙ୍କୁ କହି

ସ୍ନେହ ଶ୍ରଦ୍ଧା ଦିଏ ସବୁ ଦୁଃଖ ଭୁଲେଇ।



Rate this content
Log in