Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Inspirational

3  

Nrusingha Narayan Tripathy

Inspirational

ଧରମ ମାସ କାର୍ତ୍ତିକ

ଧରମ ମାସ କାର୍ତ୍ତିକ

1 min
118


ଧରମ କରମ ଭାଗ୍ୟ ଭଗବାନ

ସମୟର ଆବର୍ତ୍ତନ

ଦେହ ମନ ମୁନ ଚଇତନ ଜ୍ଞାନ

ମସ୍ତିଷ୍କର ଅନ୍ତଃ ଗୁଣ ll


ବାର ମାସେ ପରା ତେର ପର୍ବ ଯାତ୍ରା

ପ୍ରତି କ୍ଷଣ ମୂଲ୍ୟବାନ

ବୁଝିଟି ପାରିଲେ ଦର୍ଶନ ଜାଣିଲେ

ସାର୍ଥକ ହେବ ଜୀବନ ll


ନାହିଁ ଉଷ୍ମ ଶୀତ ହେମନ୍ତେ କାର୍ତ୍ତିକ

ଉପଯୁକ୍ତ ପାଣିପାଗ

ଚାଷ ବାସ ଶେଷ ନାହିଁ ଦେହେ କ୍ଳେଶ

ଧାର୍ମିକ ପାଇଁ ଆବେଗ ll


ପୂଜା ଆରଧନା ଠାକୁର ମହିମା

ପାଇଁ ହୁଏ ଯଜ୍ଞ ବ୍ରତ

ସକାଳ ସଞ୍ଜରେ ବିଭୁଙ୍କ ଭକ୍ତିରେ 

ପରିବେଶ ମୁଖରିତ ll


ଆମିଷ ବର୍ଜନ ନାମ ସଂକୀର୍ତ୍ତନ

ପ୍ରଭୁନାମ ମହାମୃତ 

ଅଭ୍ୟାସ ମାସରେ କଲେ ନିରନ୍ତରେ

ମିଳିଯିବ ଆଶୀର୍ବାଦ ll


କାର୍ତ୍ତିକରେ ଧର୍ମ ଛାଡ଼ ଅଵଗୁଣ

ସ୍ଵଭାଵ ହେଉ ବିନୟ

ଶାକାହାରୀ ହୋଇ ଜୀବେ ଦୟା କରି

ସତ୍ୟ କୁ କର ପାଥେୟ ll


ମନ ଆଇଁଷରେ ଧନ ଠକିବାରେ

ପରଚର୍ଚ୍ଚା ବିବେକରେ

କରି ପ୍ରତ୍ୟାହାର ମାନବବାଦର

ଧ୍ୟାନ ରହୁ ହୃଦୟରେ ll


କାର୍ତ୍ତିକ ମାସର ପୂଣ୍ୟର ଆଦର

ସବୁ ମାସେ ହେଲେ ବ୍ରତ

ମାସର ସୁବାଷ ପ୍ରଭୁଙ୍କ ଆଶିଷ

ଭକ୍ତଙ୍କୁ ମିଳେ ନିଶ୍ଚିତ ll



Rate this content
Log in