ନାରୀର ଶାସ୍ତି ପାଇଁ
ନିଜେ ଦୋଷୀ
ଭଲପାଇଲେ ଭୁଲିବନି
ଜୀଵନ ଉଷସୀ
ହୃଦୟ ଫୁଲ ଫୁଟୁଥିବ
ସାତଋତୁ ପ୍ରେମ ବାରମାସୀ
ପ୍ରେମ ଫୁଲ ଫୁଟେ
ନୀରବତା ନୀଳ ରକ୍ତ ଛୁଟେ
ସ୍ୱାର୍ଥ ସର୍ତ୍ତକୁ ରଖି ଗୋଟେ ପଟେ
ଖରାକୁ କରି ପିଠି ଋଷି
କହିପାର ପ୍ରେମର ଯୋଗିନୀ
କହିପାର ହୃଦ ମନ୍ଦାକିନୀ
ଦେଇପାର ଧୋକା
ନାରୀ ନିଶ୍ଚେ ବୋକା
ନହେଲେ କେମିତି ଉଆଁସୀ
ଅନ୍ଧାର ଆଲୁଅ ଆଉଁସି
ଦେଉଥାଏ ପରଷି
ସବୁତକ ପ୍ରୀତି ମୈତ୍ରୀ
ସେ ସାବିତ୍ରୀ
ନାରୀ ମାନିଯାଏ ଅଳ୍ପକେ
ସେଇଥିପାଇଁ ଦୁଃଖ ଦରିଆରେ ଭାଷି
ସ୍ନେହ ପ୍ରେମ ଗ୍ରାସୀ
ଆଜିକାଲି ନାରୀଟିଏ ଅଣନିଶ୍ୱାସୀ
ଲେଖେ ଚିଠି ବେଲେ ଗୋଲ ରୁଟି
ଚାନ୍ଦକଳା ପରି ବେଣୀ ଛାଟି
କରୁଥାଏ ପୂଜା ମାଆ ମାଟି
ଏଠି ସେଠି ସବୁଠି କଳସୀ
ପୁଣ୍ୟତୋୟା ଉଦାସୀ
ଏଡ଼େ ଚଞ୍ଚଳ ହୁଏ ବାସି
ଧୋକା ବର୍ଷାରେ ବରଷି
ଭୁଲିଯାଏ ରାଗ ରୁଷା ଅଭିମାନ
ବରଂ ନାରୀ ସଭିଙ୍କ ମନ ପାରେ ତୋଷି