Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santanu Bisoi

Others

4.0  

Santanu Bisoi

Others

ଧରାବନ୍ଧା ପ୍ରେମ

ଧରାବନ୍ଧା ପ୍ରେମ

1 min
175



"ପରୀ" ଗେଲ କଲେ ହସ୍ତେ ତୋଳି ନଭେ

ବାତ୍ସଲ୍ୟ ମମତା ଜାଗେ

ହସ ଖୁସି ଭରା ସୁନାର ସଂସାର

ବଇକୁଣ୍ଠ ପରି ଲାଗେ।।


ମାତା ପିତା ଭାଇ ଭଉଣୀ ସମସ୍ତେ

ମମତା ମୁରତି ସାଜି

ସୀମାହୀନ ଅନ୍ତରୀକ୍ଷ ପରିବ୍ୟାପ୍ତ

ଦିଶେ ମମକାର ରାଜି।।


ନୀଡ଼ ଛାଡି ଡେଣା ଝାଡ଼ିଣ ଗଗନେ

ପକ୍ଷୀ ଯେବେ ଉଡୁଥାଏ,

ଆଆରେ ଚଟିଆ ନେଇଯାରେ କାନ

ଲୋରି ଟି ମାଆ ଶୁଣାଏ।।


ତୁ ତୁ ତୁ ଡାକି କୁକୁରକୁ

ଥରୁଟେ ଖାଇବା ଦେଉ 

ବିଶ୍ୱାସୀ କୁକୁର ହୋଇ ଆପଣାର

ପାଖ ନ ଛାଡ଼ଇ ଆଉ।।


ପଶୁ ପକ୍ଷୀ ଆଉ ମଣିଷ ଶାବକ

ସମସ୍ତେ ପ୍ରେମରେ ବନ୍ଧା

ପ୍ରକୃତି,ପରିବେଶ ଜୀବ ଚକ୍ରରେ

ହୋଇଛନ୍ତି ସର୍ବେ ଛନ୍ଦା।


ନିର୍ଭରଶୀଳର ବାସ୍ତବ ଜୀବନ

ପ୍ରକୃତି ଦିଏ ବତାଇ,

ସରୀସୃପ କୀଟ ପଶୁ ପକ୍ଷୀ ଥାଟ

ଖାଦ୍ୟ ଚକ୍ର ଯାନ୍ତି ହୋଇ।।


Rate this content
Log in