ଧରା ଓ ଗଗନ
ଧରା ଓ ଗଗନ
ଧରା ଓ ଗଗନର ମିଳନ
ଦେଖିଲେ କେତେ ସୁନ୍ଦର ଲାଗେ ସେ ବନ୍ଧନ
ହେଲେ ପାଖକୁ ଗଲେ ଜଣାପଡ଼େ ସେମାନେ ଯେ ମୁକ୍ତ, ବନ୍ଧନହୀନ
ସେମାନଙ୍କ ନାହିଁ କେଉଁଠି ବି ମିଳନ।
ସେମିତି କିଛି ଲୋକଙ୍କ ବନ୍ଧନ
ଦେଖିଲେ ଲାଗେ ଯୁଗ ଯୁଗର ମିଳନ
ପାଖକୁ ଗଲେ ଜଣା ପଡେ ସେମାନଙ୍କ ଜୀବନ
ସେମାନଙ୍କ ମଧ୍ୟରେ ନ ଥାଏ ପ୍ରେମର ବନ୍ଧନ।
ଯୁଗ ଯୁଗ ଧରି ଚାହିଁ ରହିଥାନ୍ତି ପରସ୍ପରକୁ ଧରା ଓ ଗଗନ
ଦୂରେ ରହି କରୁଥାନ୍ତି ପ୍ରେମ
ଧରା ଯେତେବେଳେ ଖରାରେ ହୁଏ ଶୁଷ୍କ
ଗଗନ ଢାଳିଥାଏ ବର୍ଷା ଧରାକୁ କରିବା ପାଇଁ ଶୀତଳ
ଗଗନ ଯେତେବେଳେ ସୂର୍ଯ୍ୟଙ୍କ ପ୍ରକୋପରେ ହୋଇ ଥାଏ ଅତିଷ୍ଠ
ଗଗନକୁ ଶୀତଳ କରିବା ପାଇଁ ଧରା ତା ଗର୍ଭରୁ ପଠାଇ ଥାଏ ଜଳୀୟବାଷ୍ପ।
ହେଲେ ମଣିଷମାନଙ୍କ ଭିତରେ ଥାଏ ଏମିତି ବନ୍ଧନ
ପାଖେ ଥାଇ ମଧ୍ୟ ନ ଥାଏ ପ୍ରେମ
ସହି ପାରନ୍ତି ନାହିଁ ଦେଖି ପରସ୍ପରର ସୁଖ
ଖୁସି ହୁଅନ୍ତି ଦେଖି ପରସ୍ପରର ଦୁଃଖ।
ଧରା ଓ ଗଗନ ହୁଅନ୍ତି ପ୍ରତୀକ ପବିତ୍ର ପ୍ରେମର
ବାର୍ତ୍ତା ଦିଅନ୍ତି ଦୂରେ ରହି ଯଦି କରି ହୁଏ ପ୍ରେମ
ହେ ମାନବ ସମାଜ,ତୁମର ଏ କେମିତି କା ବନ୍ଧନ
ପାଖେ ଥାଇ ମଧ୍ୟ ତୁମ ଭିତରେ ନ ଥାଏ ପ୍ରେମ!