ଧ୍ୱଂସରୁ ବଞ୍ଚାନ୍ତୁ ମହୀ
ଧ୍ୱଂସରୁ ବଞ୍ଚାନ୍ତୁ ମହୀ
କୁହ କୁହ ସୂର୍ଯ୍ୟ କାହିଁକି ଏମିତି
ଅନଳ ବରଷା କର
ନିଜ ସହ କିଆଁ ସସାଗରା ଧରା
ଜାଳି ପୋଡି ଦେଇ ମାର।
ଡହ ଡହ ରାତି ମନେ ଦିଏ ଭିତ୍ତି
କାଳେ ଅଂଶୁଘାତ ହେବ
ଛାନିଆ ହେଉଛି ମଣିତ ତ ଏବେ
କେତେ ଦାଉ ସେ ସହିବ।
କୋରନା କବଳୁ ପାଇଁନି ମୁକତି
ଅଂଶୁଘାତ ନେଇ ଆସ
ବାର ବାର କେତେ ପ୍ରହାର ସହିବ
ଭାବି ଉଡିଯାଏ ହୋସ।
ଭଙ୍ଗା ଅଣ୍ଟାକୁ ଟିକିଏ ସଳଖି କି
ଠିଆ ହେବାକୁ ଚାହୁଁଛି
ପୁଣି କିଛି ନୂଆ ବିପତ୍ତିଟେ ଆସି
ତା ପଛକୁ ରହି ଅଛି।
ହେ ଅଂଶୁମାନ ଏମିତି ନିଆଁ ବର୍ଷା
ଧରା ପରେ କର ନାହିଁ
ସକଳ ଜୀଵ ଜଗତ ଆକୁଳ ହୋଇ
ଡାକୁଛନ୍ତି ତ୍ରାହି ତ୍ରାହି।
ସକଳ ଶକ୍ତିର ଆଧାର ପରା ତୁମେ
ସୁରୁଜ ଦେବତା ଆମ
ବଣ ଜଙ୍ଗଲ କାଟି ଦେବାରୁ ସିନା
ଆସେ ବିପତ୍ତି ଯମ।
ମୁଢ ମଣିଷର ଚେତନା ପଶୁନାହିଁ
କଂକ୍ରିଟକଂକ୍ରିଟ ଜଙ୍ଗଲ କରି
ଓଜ ସ୍ତର ପତଳା ହୋଇଲାଣି
ତାପ ଶକ୍ତି ଦିଏ ଜାଳି।
ସଭିଙ୍କୁ ଦିଅ ସଦ୍ ବୁଦ୍ଧି ତୁମେ ବି
ଜଳ ନାହିଁ ରଡ଼ ହୋଇ
ବୃକ୍ଷ ରୋପଣ କରି ଜଗ ଜନ
ଧ୍ୱଂସରୁ ବଞ୍ଚାନ୍ତୁ ମହୀ।
ସବୁଜ ପରିବେଶ ସ୍ୱଚ୍ଛ ପରିବେଶ
କରିବା ଶପଥ ନେବା
ସୁସ୍ଥ ସୁରକ୍ଷିତ ପରିବେଶ ହେଲେ
ବିକଶିତ ସିନା ହେବା।