STORYMIRROR

DILIP KUMAR SAHOO

Children Stories

4  

DILIP KUMAR SAHOO

Children Stories

ଦେଶପ୍ରେମ ହେଉ ସବୁରି ମନ୍ତ୍ର

ଦେଶପ୍ରେମ ହେଉ ସବୁରି ମନ୍ତ୍ର

1 min
275

ବୈଷମ୍ୟରେ ସାମ୍ୟ, ଐକ୍ୟ ଆମର ଧର୍ମ

ସତ୍ୟ ଶାନ୍ତି ଦୟା କ୍ଷମା ଆମରି କାମ୍ୟ ।     

ମାନବିକତା ମନ୍ତ୍ର ହୃଦେ ନିନାଦିତ               

ସମ୍ପ୍ରିତିର ଶଙ୍ଗୀତ ହୁଏ ପ୍ରକମ୍ପିତ ।

 ସବୁରି ସାଥିରେ ଆମେ ସବୁରି ହିତେ

  ବିଶ୍ବ ଝୁମେ ଆଜି ଆମ ଅହି°ସା ଗୀତେ ।      

  ସ୍ବପ୍ନ ଆମ ସବୁଓଠେ ଝଟକୁ ହସ

  ଭାଇଚାରା ଆଜି ଆମ ଦେଶର ଯଶ। 

   ବନ୍ଧୁକ ନୁହେଁ ବନ୍ଧୁ ପଣରେ ଜଗତ

   ଜିତି ଆମେ ବାହୁଅଛୁ ଶାନ୍ତି ର ବୋଇତ ।    

   ଯୁଦ୍ଧ ନୁହେଁ ବୁଦ୍ଧ ଆଉ ବାପୁଙ୍କ ବାଣୀ

   ବଇରୀ ହୃଦୟ ଆମ ପାରିଛି ଜିଣି । 

   ଭୋଗନୁହେଁ ଯୋଗରେତ ବିଶ୍ୱାସ ଆମ

   ଆମକୁ ସମାନ ଗୀତା କୋରାନ ମର୍ମ  ।

  ଏକ ସ°ବିଧାନ ଆମ ଏକ ନିଶାନ୍

ମାଟିତ ମହାନ ଆମ ପାଣି ମହାନ।

 ଲାଲକିଲା ଠାରୁ ଲାଲଚଉକ ଯାଏ

ଉଛୁଳେ ତ୍ରିରଙ୍ଗା ଆଜି ମନକୁ ମୋହେ ।

ଜୟ ମାଆ ଭାରତ ଜୟ ଗଣତନ୍ତ୍ର

ଦେଶପ୍ରେମ ହେଉ ଆମ ସବୁରି ମନ୍ତ୍ର ll



Rate this content
Log in