::ଦେଶ ବନ୍ଦନା :: -ଡକ୍ଟର କୃତ୍ତିବାସ ନାୟକ
::ଦେଶ ବନ୍ଦନା :: -ଡକ୍ଟର କୃତ୍ତିବାସ ନାୟକ
ଜାଗରେ ଜାଗ ଭାରତବାସୀ-ସଭିଏଁ ହେବା ସୈନିକ,
ଏକତା ବଳେ ଜଳାଇ ଦେବା- ସ୍ଵାଭିମାନର ଆଲୋକ | (ଘୋଷା )
ରାଣା-ପ୍ରତାପ ଶିବାଜୀ ପରି ସାହସ ଭରି ମନରେ,
ଜାତିର ଗର୍ବ ଗୌରବ ଗାଥା ଶୁଣାଇଦେବା କାନରେ |
ସୁଭାଷ ଆଉ ପଟେଲ ପରି ବୀର ଅଛନ୍ତି ଅନେକ |
ଜାଗରେ ଜାଗ ଭାରତବାସୀ-ସଭିଏଁ ହେବା ସୈନିକ |(1)
ମହାଭାରତ ରାମାୟଣରେ ରହିଛି ଯେଉଁ ଚରିତ୍ର,
ଗୀତା ପୁରାଣ ଇତିହାସରେ ତ୍ୟାଗ ପ୍ରେମ ହିଁ ବିଚିତ୍ର |
ଯୁଗ ଯୁଗକୁ କୋଟିଏ ପ୍ରାଣେ ଜଗାଇ ଦେବା ପୁଲକ |
ଜାଗରେ ଜାଗ ଭାରତବାସୀ-ସଭିଏଁ ହେବା ସୈନିକ | (2)