Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Classics Inspirational

3  

Debabrata Mishra

Abstract Classics Inspirational

ଦେଖ ଆଲୋକ ଆସୁଛି

ଦେଖ ଆଲୋକ ଆସୁଛି

1 min
205



କେଉଁ ଏକ ଅଦୃଶ୍ଯ ଆକାଶର ପଞ୍ଚମ ଦିଗରୁ

ସଙ୍ଗୀତର ସୁରପେଡ଼ି ଭିନ୍ନ ଏକ ତ୍ରୟୋଦଶ ରାଗରୁ

ପ୍ରକୃତି ବିରୁଦ୍ଧରେ କୁତ୍ରିମ ମାନସିକତାର ରାଇଜରୁ

ବୋଧହୁଏ ଏକ ଶକ୍ତିଶାଳୀ ନବ ସର୍ଜିତ ଓ 

ମନୁଷ୍ଯ ଦ୍ୱାରା ଆବିଷ୍କୃତ ଜଳୁଥିବା ଅବା 

ଏ ମାନବରୂପୀ ରାକ୍ଷସକୁ ଜାଳିବାକୁ ଆସୁଥିବା ଗ୍ରହରୁ

ଦେଖ ଦେଖ ଆଲୋକ ଆସୁଛି ।


କେଉଁ ଏକ ନୂତନ ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗରୁ

ଈତିହାସର ଅବା ପୁରାଣର କେଉଁ ଏକ ଅଜବ ଯୁଗରୁ

ଅବା ଆଧୁନିକତାର ଡିଣ୍ଡିମ ପିଟୁଥିବା

ଜ୍ଞାନୀ ବୈଜ୍ଞାନିକଙ୍କ ଅତ୍ୟାଧୁନିକ ପ୍ରୟୋଗଶାଳାରୁ

ପରମାଣୁ ଯୁଗରେ ସୁରକ୍ଷା ନାମରେ ଅସ୍ତ୍ରାଗାରରୁ

ଏ ମଣିଷକୁ ଯନ୍ତ୍ର କରି ଯନ୍ତ୍ରଣା ଦେବାକୁ

ଦେଖ ଦେଖ ଆଲୋକ ଆସୁଛି ।


କେଉଁ ଏକ ଅଷ୍ଟମ ଋତୁର ଜଗତରୁ

ସଂସାରକୁ ଧ୍ୱଂସପାଇଁ ରଚାଯାଇଥିବା କୁବେଦରୁ

ମଣିଷ କୁ ଖାଇବା ପାଇଁ ମାଂଶାସୀ ପରିବେଶରୁ

ବୀପରିତ ବୁଦ୍ଧି ବର୍ଦ୍ଧକ ନକରାତ୍ମକ ଖାଦ୍ୟଶାଳରୁ

ପାପର ପୁଞ୍ଜି ନିବେଶରେ ନିର୍ମିତ ନଭଶ୍ଚୁମ୍ବୀ ଅଟ୍ଟାଳିକାରୁ 

ପରିବେଶ ଦ୍ରୋହୀ ପ୍ରକୃତି ହତ୍ଯାକାରୀ ମଣିଷର ଶେଷ ପାଇଁ

ଦେଖ ଦେଖ ଆଲୋକ ଆସୁଛି ।


କେଉଁ ଏକ ଅପବିତ୍ର ଅଲଣା ସାଗରରୁ

ଧଳାଧଳା ପୋଷାକରେ କଳୁଷିତ କଳଙ୍କିତ ଆତ୍ମାରୁ

ମୁହୁର୍ତ୍ତେ ମୁହୁର୍ତ୍ତେ ଜୀଅନ୍ତା ମାଂସ ଖୋଜୁଥିବା

କାମନାର ଶରୀରର ପଶୁର ଦୁର୍ଗନ୍ଧମୟ ଦାନ୍ତରୁ

କାଗଜକୁ ଶିକ୍ଷାର ମାନଦଣ୍ଡ ମାନୁଥିବା 

ତଥାକଥିତ ଶିକ୍ଷିତ ସଭ୍ଯ ସୁସ୍ଥ ସମାଜର ଛାତିରୁ

ଦେଖ ଦେଖ ଆଲୋକ ଆସୁଛି ।


Rate this content
Log in

Similar oriya poem from Abstract