Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ଦେବସେନା-୪୮

ଦେବସେନା-୪୮

1 min
6.8K



ନୀରବ ନିର୍ଜନ ବର୍ଷା ମୁଖରିତ ରାତି ବିଜୁଳି ସହ,

ଦସ୍ତତକ କଲ ତୁମେ,

ଠିକ୍ ଦେଶାନ୍ତର ହେବାକୁ ଥିବା ମୋର

କିଛି ସମୟ ପୂର୍ଦରୁ------!

ନିସର୍ତ୍ତ ବନ୍ଧୁତ୍ବ ଆମର,କିଛି ଅନ୍ତରଙ୍ଗ ମୁହୁର୍ତ୍ତ,

ଶାଳିନତା ପରିଭାଷାର

ପରିସର,

ଅପ୍ରକାଶ୍ୟ ସର୍ମପଣ ଭାବ,

କିନ୍ତୁ,

ମୋ ଦୁର୍ବଳତା ଓ ଅଭ୍ୟାସ

ଯେ ତୁମେ

ସେ କଥା ଠିକ ବାରି ହୋଇ ପାରୁଥିଲା ତୁମ ଓଠ ତଳ

ସ୍ମିତିହାସ୍ୟାରୁ

ତୁମ ଓ ମୋ

ବାର୍ତ୍ତାଳାପ ମଧ୍ୟରେ-----------!!

କାଳଚକ୍ରର କ୍ରୂରଦୃଷ୍ଟି

ନିଶ୍ଚିତ ଦେଶାନ୍ତର,ଫେରିବାର ଅନିଶ୍ଚିତା,

ରୁକ୍ଷ ସମୟର କ୍ରୂର ରାଜତ୍ବ,

କଣ୍ଠ ବାଷ୍ପରୂଦ୍ଧ,ଅପ୍ରକାଶ୍ୟ କୋହ,

ମନ କହୁଛି, ରହି ଯାଅନ୍ତ ନି କି?

ଆଉ କିଛି ଦିନ

ବୋଧେ ବଦଳିଯାଆନ୍ତା ,

ଆମ ସମ୍ପର୍କର ପରିଭାଷା

ପ୍ରିୟ ଅଫେରନ୍ତା ବନ୍ଧୁତ୍ଵ,

ଶୁଣି ନାହଁ କି ? ତୁମେ

""ପ୍ରେମର କୁଆଡେ ପହଲି ଶିଡ଼ି ବନ୍ଧୁତା "

ତା ପରେ

କିନ୍ତୁ,ପରନ୍ତୁ ସିନା ଅନେକ-----!!

ଓଠ ଖୋଲି କହିଲେ ତ

ଥରେ,

ରଙ୍ଗଓ ପର ଯୋଡି ଦିଅନ୍ତି

ତୁମ ସହ ଦେଖିଥିବା ସବୁ ସ୍ବପ୍ନ ଗୁଡିକୁ ଗତରାତିର

ଚନ୍ଦ୍ରସେନା,

ଅପଲକ ନୟନା---------!!!

©®କାଶ୍ୟପ,ରାମ ଵିଷୋଇ,


Rate this content
Log in