ଦେବସେନା-୪୮
ଦେବସେନା-୪୮
ଦେବସେନା-୪୮
ନୀରବ ନିର୍ଜନ ବର୍ଷା ମୁଖରିତ ରାତି ବିଜୁଳି ସହ,
ଦସ୍ତତକ କଲ ତୁମେ,
ଠିକ୍ ଦେଶାନ୍ତର ହେବାକୁ ଥିବା ମୋର
କିଛି ସମୟ ପୂର୍ବରୁ------!
ନିସର୍ତ୍ତ ବନ୍ଧୁତ୍ଵ ଆମର,କିଛି ଅନ୍ତରଙ୍ଗ ମୁହୁର୍ତ୍ତ,
ଶାଳୀନତା ପରିଭାଷାର
ପରିସର,
ଅପ୍ରକାଶ୍ୟ ସମର୍ପଣ ଭାବ,
କିନ୍ତୁ,
ମୋ ଦୁର୍ବଳତା ଓ ଅଭ୍ୟାସ
ଯେ ତୁମେ
ସେ କଥା ଠିକ ବାରି ହୋଇ ପାରୁଥିଲା ତୁମ ଓଠ ତଳ
ସ୍ମିତିହାସ୍ୟାରୁ
ତୁମ ଓ ମୋ
ବାର୍ତ୍ତାଳାପ ମଧ୍ୟରେ-----------!!
କାଳ ଚକ୍ରର କୃରଦୃଶ୍ଚି,
ନିଶ୍ଚିତ ଦେଶାନ୍ତର,ଫେରିବାର ଅନିଶ୍ଚିତା,
ରୁକ୍ଷ ସମୟର କ୍ରୁର ରାଜତ୍ଵ,
କଣ୍ଠ ବାଷ୍ପ ରୂଦ୍ଧ,ଅପ୍ରକାଶ୍ୟ କୋହ,
ମନ କହୁଛି, ରହି ଯାଅନ୍ତ ନି କି?
ଆଉ କିଛି ଦିନ
ବୋଧେ ବଦଳିଯାଆନ୍ତା ,
ଆମ ସମ୍ପର୍କର ପରିଭାଷା
ପ୍ରିୟ ଅଫେରନ୍ତା ବନ୍ଧୁତ୍ଵ,
ଶୁଣି ନାହଁ କି ? ତୁମେ
""ପ୍ରେମର କୁଆଡେ ପହଲି ଶିଡ଼ି ବନ୍ଧୁତା "
ତା ପରେ
କିନ୍ତୁ,ପରନ୍ତୁ ସିନା ଅନେକ-----!!
ଓଠ ଖୋଲି କହିଲେ ତ
ଥରେ,
ରଙ୍ଗ ଓ ପର ଯୋଡି ଦିଅନ୍ତି
ତୁମ ସହ ଦେଖିଥିବା ସବୁ ସ୍ଵପ୍ନ ଗୁଡିକୁ ଗତ ରାତିର
ଚନ୍ଦ୍ରସେନା,
ଅପଲକ ନୟନା---------!!!
©®କାଶ୍ୟପ,ରାମ ଵିଷୋଇ,