ଦେବସେନା-୨୦
ଦେବସେନା-୨୦
1 min
6.8K
ଦେବସେନା-୨୦
#ଇନ୍ଦୁମତ୍ତି***
ମୁଁ ତୋ ଭିତର
ଟିକିକ ଅନ୍ଧାରକୁ
ଖୋଜି ଚାଲିଛି
ଦେବାକୁ
ଆଲୁଅର ଗଜରା ହାର,
ହେଲେ
ତୁ ମୋ ସବୁ ସ୍ମୃତିକୁ
କାଗଜ ଦଙ୍ଗା ବନାଇ
ଭସାଇ ଦେଲୁ
ନଇସୁଅରେ ଭୁଇଁରି ଦେଖି,
ମୋ ହୃଦୟର ଧଳା କାଗଜରେ
ଲେଖିଦେବୁ
ତୋ ନାଁ ବୋଲି
ଭାବି ଦେଲି ତତେ
ଗୋଲାପି ସ୍ୱପ୍ନ
ହେଲେ
ଏ ଦେଖ ଏବେ ବି
ମୋ ହୃଦୟ
ତୁ ଫିଙ୍ଗି ଦେବା ପରେ
ଧଡ଼ ଧଡ଼ ହେଉଛି
ରାସ୍ତାକଡ଼ରେ ପଡି,
ଦେବସେନା ଇନ୍ଦୁମତ୍ତି----!
©®କାଶ୍ୟପ