STORYMIRROR

puja pradhan

Children

3  

puja pradhan

Children

ଦେବୀ ଦଶଭୁଜା

ଦେବୀ ଦଶଭୁଜା

1 min
183


ଦୟାମୟୀ ତୁମେ ଭକ୍ତି ପ୍ରଦାୟିନୀ

 ତୁମେ ଅଟ ଦଶଭୁଜା

ତୁମରି ଆସୀସେ ଏ ବିଶ୍ୱବାସୀ

  କରୁଥିବେ ତୁମକୁ ପୂଜା


ଆଶ୍ୱିନ ଆସିଲେ କାଶତଣ୍ଡୀ ଫୁଲ

  ନାଚି ନାଚି କହୁଥାଏ

ସରଗୁ ଓହ୍ଲାଇ ଆସ ହେ ଜନନୀ

 ଏ ଧରା ପୃଷ୍ଠ ତୁମ ବାଟ ଚାହିଁ ଥାଏ


ଚାହିଁ ବସିଛନ୍ତି କୀଟରୁ ପତଙ୍ଗ

  ତୁମରି ଦର୍ଶନ ପାଇଁ

ଝରଣାର ଜଳ ଝରି ଝରି କହେ

  ଆସ ମାତା ଦୁର୍ଗତି ନାଶିନୀ


ଚାରିଦିଗେ ଶୁଭେ ମା, ମା ଡାକ

  ଆସହେ ସିଂହବାହିନୀ

ଶକ୍ତି ସ୍ୱରୂପିଣୀ, ମୁକ୍ତି ପ୍ରଦାୟିନୀ

  ମହିଷାସୁରମର୍ଦ୍ଦିନୀ


ତୁମକୁ କୋଟି ନମସ୍କାର ମୋର

ତୁମରି କରୁଣା ଢାଳି ଦିଅ ମାଆ

  

ଏହି ଜଗତରେ ପୁଣି

ଲୋଭ, ମାୟା,

ମୋହ

   କଲା ସବୁ କ୍ଷୟ

ପ୍ରକୃତିର ତାଣ୍ଡବରେ ଚାରିଆଡ଼

  ହେଲା ଜନ ଶୂନ୍ୟ ମୟ


ମଣିଷକୁ ଦେଖି ମଣିଷଟି ଆଜି

  ଦୁରକୁ ଦୁରକୁ ଯାଏ

ସ୍ନେହ, ମମତାର ଡୋରଟିଏ ଏଠି

  ଅଧାରୁ ଯେ ଛିଣ୍ଡି ଯାଏ


ସ୍ୱାର୍ଥପର ଏଇ ମିଛର ସଂସାର

  ଦେଖି ଲାଗେ ଆଜି ଭୟ

ଆସି ତୁମେ, ତୁମ ଅବୋଧ ଶିଶୁକୁ

  ଥରୁଟିଏ ଦେଖି ଯାଅ


ଆଣିଦିଅ ମାଆ, ସେ ପୁରୁଣା ଦିନ

  ଆଣିଦିଅ ଆମ ପାଇଁ

ତୁମେ ଦୟା କଲେ ଏ ଘୋର

  ସଙ୍କଟ ଆଉ ରହିବ ନାହିଁ


ଆସ ଆସ ମାଆ ଦେବୀ ଦଶଭୁଜା

  ଆସ ହେ କରୁଣାମୟୀ

ପୂଜାର ମଣ୍ଡପ କରିଛି ଅପେକ୍ଷା

  ମହିଷାମର୍ଦ୍ଦିନୀ ମାଆ ତୁମ ପାଇଁ 



Rate this content
Log in

Similar oriya poem from Children