ଦେବାଳିଆ
ଦେବାଳିଆ


ଦେବାଳିଆ ମନର ଦୁର୍ଦ୍ଦଶା କହିବି କାହାକୁ?
କାହାର କୁଶଳ ମଙ୍ଗଳ ଜିଜ୍ଞାସା ଉତ୍ତରେ
ଖୁସି କରିବାକୁ 'ଭଲ' କହେ ତା'ରେ
ଭଲ - ଭେଲର ପ୍ରଭେଦ ମୁଁ କିବା ଜାଣେ?
ଯାହାକୁ ଜଣାଇଲି ଦୁଃଖ ମଣି ଆପଣାର
ଦୁର୍ବଳତା ମୋର ଜାଣି ସିଏ ଶୋଷି ନେଲା ପ୍ରାଣ
ଦେବାଳିଆ ହୋଇଗଲି ମୁହିଁ ଅକାରଣ
ମହରଗରୁ ଯାଇ କାନ୍ତାରରେ ପାଇଲି କଷଣ।
ମନ ପ୍ରାଣ ଲୁଟ୍ ପରେ ଅନିତ୍ଯ ସଂସାରେ
ମୋର ଅବା ଆଉ କେଉଁ ପ୍ରୟୋଜନ?
ବହୁଦିନୁ ତ ହରାଇସାରିଛି ଧନ ଜନ ମାନ
ଅର୍ଥହୀନ ଅପାଂକ୍ତେୟ ମୋ ଅଲୋଡ଼ା ଜୀବନ।
ଦେବାଳିଆ ପଣର ବୋଝରେ ଯାଏ ନଇଁ ମୁହିଁ
ମଥା ଟେକି ବାରେ ଚାହିଁବାକୁ ବଳ ପାଏ ନାହିଁ।