ଡଙ୍ଗା
ଡଙ୍ଗା
ଯାଆରେ ଭାସି ଭାସିଯା
କବିତା ଡ଼ଙ୍ଗା ଭାସିଯା
ଆମ ରାଇଜ ସାରା ମୁଲକେ
କବିତା ଗୀତି ଗାଇଯା
ଭାସିଯା ମୋ କବିତା ••••ll
ଭାଷା ଆମରଶ୍ରୁତି ମଧୁର
ପ୍ରତି ପ୍ରାଣରେ କୁହ
ଆମ ସଂସ୍କୃତି ଆମ ଚଳଣି
ଶିକ୍ଷାର ବାର୍ତ୍ତା ବହ
ବିପଥ ଗାମୀ ହେବନି ଭାଷା
ଲେଖନୀ ଆମ ସାହା
ଭାସିଯା ମୋ କବିତା ଡ଼ଙ୍ଗା
ଭାସି ଭାସି ଯାଆ ll
ନଈ ଧାରରେ ମନ ଦଙ୍ଗାରେ
କବିତା ଗୁଚ୍ଛ ଧରି
କାଠି କଲମ କାତଟି ମୋର
ଖାଏନି ପେଟ ଭରି
ଆମ ରାଇଜ ଶିଳ୍ପ ସମୃଦ୍ଧି
କବିତା ଲେଖିଯା
ଭାସିଯା ମୋ କବିତା ଡ଼ଙ୍ଗା
ଭାସି ଭାସି ଯାଆ ll
ଆମେ ଓଡ଼ିଆ ଭାଷା ବଢିଆ
ଲେଖିବା ଆମ ନିଶା
ସମାଜ ହିତେ ପ୍ରେରଣା ଦିଏ
ଆମରି ମାତୃ ଭାଷା
ତାହାରି କୋଳ ଅତି କୋମଳ
ଲାଗେ ଭାରି ବଢିଆ
ଭାସିଯା ମୋ କବିତା ଡ଼ଙ୍ଗା
ଭାସି ଭାସି ଯାଆ ll
ଆମ ଐତିହ୍ୟ ଆମ ସଂସ୍କୃତି
ଧରିବା ଆମେ କଷି
ରକ୍ଷା କରିବା ଏକାଠି ହେବା
ଲଢ଼ିବା ମିଳିମିଶି
ଜଗା ବଳିଆ ସାଥେ ଅଛନ୍ତି
ହେବେ ଆମରି ସାହା
ଭାସିଯା ମୋ କବିତା ଡ଼ଙ୍ଗା
ଭାସି ଭାସି ଯାଆ
ଆମ ରାଇଜ ଦୂର ମୁଲକେ
ଓଡ଼ିଆ ଗୀତି ଗାଇଯା ll