Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଡାକେ ଭଗତ ସିଂ

ଡାକେ ଭଗତ ସିଂ

1 min
420



ସିଂହ ଛୁଆ ମୁଁ ଭଗତ ସିଂ ଶୁଣ 

ହେ ସଫେଦ କୁକୁର ଦଳ l

ଶାସନ ଦଣ୍ଡ ହାତେ ଧରିଛ ଜାଣ

ତୁମର ପୁରିଲା କାଳ l


କାହିଁ ଗଲା ସେ କ୍ରୁର ଡାଇଆର 

ମଣିଷ ରକ୍ତେ ଖେଳି ହୋଲି l

ରକ୍ତିମ ମାଟି ସାଇତି ରଖିଛି ରକ୍ତ 

ମୋହର ଫୁଟୁଛି ଖାଲି l


ମୋଡ଼ିବି ମୁଣ୍ଡ ଭାଙ୍ଗିବି ଦଣ୍ଡ ଶୁଣରେ  

ବେପାରୀ ଡକାୟତ l 

ଭାରତ ମାତାର ସ୍ତନ ପିଇ ମୁଁ ଭୀମ 

ବଳ ଶକ୍ତ ଦି' ହାତ l


ସ୍ୱାଧୀନତା ମୋ' ଜନ୍ମ ଅଧିକାର 

ହୁସିଆର ହୋ ହୁସିଆର l

ଶପଥ ନେଇଛି ମାଆ ନିକଟେ ମୁଁ 

ରକ୍ତେ କାଟି ତିନି ଗାର l


ପଞ୍ଜାବ ସିଂହ ଲାଲା ଲଜପତେ 

ମାରିଛ ତୁମେ ପିଟି ପିଟି l

ବୋମା ଫିଙ୍ଗିଲି ସ୍କଟ ବୁକୁରେ 

ସହି ପାରିଲାନି ଜମା ଛାତି l


ଫାଶୀ କାଠରେ ଝୁଲୁଛି ହସି ମୁଁ 

ଶୋଚନା ନାହିଁ ତିଳେ ମାତ୍ର l

ମୋ ରକତୁ ଜାଣ ଜନ୍ମ ଲଭିବେ 

ବୀର ବିପ୍ଲବୀ ଶତ ଶତ l


ଧନ୍ୟ ଭାରତ ଯୋଗ୍ୟ ସୁତ ହେ 

ଧନ୍ୟ ତୁମର କ୍ରାନ୍ତି କାହାଣୀ l

ଭାରତ ବାସୀ ଗାଉ ଥିବେ ସଦା 

ପ୍ରାଣସ୍ପର୍ଶୀ ସେ ଦୀପ୍ତ ବାଣୀ l


Rate this content
Log in