ଦାୟିତ୍ବବୋଧ
ଦାୟିତ୍ବବୋଧ
ଘୂର୍ଣ୍ଣାୟମାନର ପରିଧି ଭିତରେ
ଦାୟିତ୍ୱବୋଧ ମୁଣ୍ଡାଇ
ଥକି ପଡ଼େ ସିନା ସଂସାରୀ ମଣିଷ
ଦାୟିତ୍ବ ଓହ୍ଲାଏ ନାହିଁ
କର୍ମେ ବିଜଡ଼ିତ ରହି
ସୂରୁଯ ସମ ଯେ ଦାୟିତ୍ଵ ତୁଲାଏ
ଗୁଣଗ୍ରାହୀ ପରା ସେହି ।
ହେଳା ନ କରଇ କର୍ତ୍ତବ୍ୟ କର୍ମରେ
ଭାବି ନିଜର ଦାୟିତ୍ଵ
ଶୃଙ୍ଖଳିତ ପରିମାର୍ଜିତ ପଥର
ଆଶରା ବୁଝି ମହତ୍ବ
ନିଶ୍ଚେ ସଫଳତା ପ୍ରାପ୍ତ
ହାରେ ନାହିଁ କେବେ ଜୀବନ ସଂଗ୍ରାମେ
ସର୍ବଦା ରହେ ବିଜିତ ।
ଠିକ୍ ଠିକ୍ ରୂପେ ନିଜର ଦାୟିତ୍ଵ
ପାରେ ନାହିଁ ଯେ ତୁଲାଇ
ଯେଉଁ କର୍ମେ ସିଏ ହାତ ଦେଇଥାଏ
ଶେଷ କରି ନ ପାରଇ
କର୍ମେ ଗୁରୁତ୍ବ ନ ଦେଇ
ଦାୟିତ୍ବହୀନତା ତା' ଅପାରଗତା
ଦିଏ ସୂଚିତ କରାଇ ।
ଦାୟିତ୍ୱବୋଧର ଯଥାର୍ଥ ସ୍ବରୂପ
ବୁଝି ଯେ କର୍ମ ସାଧଇ
ଆସି ଯେତେ ବାଧା ପଥେ ହେଲେ ଉଭା
କ୍ଷତି କରି ନ ପାରଇ
ବାଟକୁ ଭାଙ୍ଗି ଚଳଇ
ସମାଜ ଆଖିରେ ଲାଖି ରହିଥାଏ
ସଫଳ ମଣିଷ ହୋଇ ।