STORYMIRROR

Priyadarsini Das.

Romance Tragedy

3  

Priyadarsini Das.

Romance Tragedy

ଦାୟିତ୍ଵ

ଦାୟିତ୍ଵ

1 min
234


ତୋର ବି କିଛି ଦାୟିତ୍ଵ ମୋ ପାଇଁ 

ହେଲେ ତୁ ଭୁଲିଗଲୁ , 

ମୋତେ ,

ମୋ ପ୍ରେମକୁ ....।


ସମାଜର କିଛି ନିୟମ ହାତରେ

ଆମେ ଥିଲେ ବନ୍ଧା , 

ତୁ ଥିଲୁ ତୋ ରାସ୍ତାରେ , 

ଆଉ ମୁଁ ମୋ ରାସ୍ତାରେ ....।


ଭୁଲିବାକୁ ବାଧ୍ୟ ଥିଲୁ ...

ମୁଁ ବି ବାଧ୍ୟ ଥିଲି ....।


ଦାୟିତ୍ଵ ଅଛି କିଛି 

ପରିବାର ପାଇଁ ...

ନିଜର ପାଇଁ .....


ମନରେ ଲୁହ ଥିଲେ ଚଳିବ ,

କିନ୍ତୁ ଓଠରେ ହସ ଥାଉ , 


ଭିତରେ କାନ୍ଦିଲେ ଚଳିବ , 

କିନ୍ତୁ ଆଖି ସବୁବେଳେ ହସୁଥାଉ ....।


ବାସ୍ ତୋର ଏ ଜୀବନର ମନ୍ତ୍ର 

ଭାରି ଭଲ ଥିଲା .....।


ସବୁ କିଛି ଭୁଲି ଆଗକୁ ବଢିବା ବି 

ଥିଲା ଏକ ଦାୟିତ୍ଵ ....

ନିଜ ପରିବାର ପାଇଁ ଦାୟିତ୍ଵ ...

ସମସ୍ତଙ୍କୁ ଖୁସିରେ ରଖିବାର ଦାୟିତ୍ଵ .....।




Rate this content
Log in

Similar oriya poem from Romance