ଦାରୁବ୍ରହ୍ମ ଚାଳିଶା ଭାଗ - ଷଷ୍ଠ
ଦାରୁବ୍ରହ୍ମ ଚାଳିଶା ଭାଗ - ଷଷ୍ଠ


ଦୟାମୟ ଦୟା ସାଗର ହରି
ଦାରୁବ୍ରହ୍ମେ ଶଙ୍ଖ କ୍ଷେତ୍ରେ ବିହରି
ଦର୍ପୀ ଦର୍ପହାରୀ ହେ ପରଂବ୍ରହ୍ମ
ଦୁର୍ଲଭ ରୂପଟି ନୁହେଁ ସଂପୂର୍ଣ୍ଣ ସେ
ଦରଶନେ ଅନୁପମ ଯେ
ଦରିଆର କୂଳେ ମାନବଙ୍କ ମେଳେ
ଦରଦୀର ଦରପଣ ଯେ ।।
ଧୂର୍ଜ୍ଜଟି ପଶ୍ଚିମେ ପୂର୍ବେ ମଙ୍ଗଳା
ଧର୍ମେନ୍ଦ୍ର ସାଗର ପଶ୍ଚିମେ ପରା
ଧାମର ଉତ୍ତରେ ବାଟ ମଙ୍ଗଳା
ଧର୍ମମୟ ଧରା ଦିଶୁଛି ତୋରା ସେ
ଧର୍ମନାଭ ଅବତରି ଯେ
ଧନେଶ ବାଉନ ଭଣ୍ଡାର ଅର୍ପଣ
ଧର୍ମକ୍ଷେତ୍ର ନାମ ପୁରୀ ଯେ ।।
ନିମ୍ବ ଦାରୁ ରୂପେ ନୀଳମାଧବ
ନୀଳଗିରି ବିଶ୍ଵାବସୁ ବିଭବ
ନିରୁପମ ରୂପ ନିର୍ମାଣି ହସ୍ତେ
ନିରୁଦ୍ଧିଷ୍ଟ ହେଲେ ଦ୍ଵାର ଉନ୍ମୁକ୍ତେ ସେ
ନିମିତ୍ତ ନୃପତି ମାତ୍ର ଯେ
ନବ କଳେବର&nbs
p; ବିଧାନ ବିଧିର
ନମନ ଜଗତ ତାତ ଯେ ।।
ପାୟୋନିଧି ତୀରେ ବଡ଼ ଦେଉଳ
ପଞ୍ଚରତ୍ନେ ସିଂହାସନ ଉଜ୍ଜ୍ୱଳ
ପଞ୍ଚ ମହା ଯଜ୍ଞ ଯୋଗାଡ଼ି ରାଜା
ପ୍ରତିଷ୍ଠା ପ୍ରାପତେ ପୂଜକ ଖୋଜା ସେ
ପରମ ଯେ ବେଦପତି ଯେ
ପଦାର୍ପଣ ସ୍ୱର୍ଗେ ଇନ୍ଦ୍ରଦ୍ୟୁମ୍ନ ବେଗେ
ପାଥେୟ ଜଗତ ପତି ଯେ ।।
ଫନ୍ଦି ଫିକର କେ ବୁଝିବ ଏଠି
ଫନ୍ଦିବାଜ ଫନ୍ଦି ସର୍ବ ଶ୍ରେଷ୍ଠଟି
ଫୁଟାଏ ଫୁରୁଣା କଢି ବ୍ରହ୍ମାଣ୍ଡେ
ଫରମାସି ଫଳେ ସବୁରି ପିଣ୍ଡେ ସେ
ଫକାଶୀ ଫାନ୍ଦରେ ଗାତ୍ର ଯେ
ଫେଡାଣ ମିଶାଣ ଗୁଣନ ହରଣ
ଫଏସଲା ଶେଷେ ଫୌତ ଯେ ।।
କ୍ରମଶଃ .................