Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAKHAL CHANDRA SWAIN

Others

4  

RAKHAL CHANDRA SWAIN

Others

ଦାରୁ ଦିଅଁ

ଦାରୁ ଦିଅଁ

1 min
280


ତୋ'ରି ପାଇଁ,

ଦାରୁ ଦିଅଁ, ତୋ'ରି ପାଇଁ।

ଆହାର ପାଉଛି,ବସନ ପାଉଛି,

ପାଉଛି ମୁଁ ଚାଳ ଛପର ଛାଇ।

ତୋରି ପାଇଁ......(ଘୋଷା)


ଜଗତିରେ ସିନା ନୀରବେ ବସିଛୁ,

ଜଗତରେ ହସି କଥା ତୁ କହୁଛୁ,

ତୋ ଭଳି ବନ୍ଧୁ ଟେ ଜଗତରେ ପାଇ,

ସେ ପାଦେ ମଥା ମୋ ଯାଉଛି ନଇଁ।

ତୋରି ପାଇଁ.............।୧।


ଚଢେଇ କୁ ଦେଉ କୋଳରେ ତୋ ଆଶ୍ରା।

ବଢେଇ କୁ ଦେଉ ବଞ୍ଚିବାର ଆଶା।

କୃଷକ କୁ ଦେଉ ଷାଠିଏ ପଉଟି,

ନାଉରୀ କୁ ସାହା ନାଆ ତୁ ହୋଇ।

ତୋରି ପାଇଁ...........।.୨।


ଜୀବ କୁ ଯୋଗାଉ ବିଶୋଧିତ ବାୟୁ,

ଚେର ମୂଳି, ଅର୍କ, ବୈଦ୍ୟଙ୍କୁ ଯୋଗାଉ,

ଏନ୍ତୁଡ଼ିଶାଳ ରୁ ଶମସାନ ଯାଏ,

ମୋ ଠେଇଁ ତୋ ଭାବ ଦେଲୁ ଲଗେଇ।

ତୋରି ପାଇଁ................।୩।


ପରିବା ଯୋଗାଉ ପ୍ରତି ପରିବାର।

ମନ୍ଦିର କୁ ଦେଉ ଫଳ ପୁଷ୍ପହାର।

ଚହଟେ ମନ୍ଦିର, ବାସନାରେ ତୋର,

ନିଜେ ତୁ ଚନ୍ଦନ ନିଜେ ତୁ ଯୁଇ।

ତୋରି ପାଇଁ.........।୪



Rate this content
Log in