STORYMIRROR

Arundhati Jena

Tragedy Inspirational

2  

Arundhati Jena

Tragedy Inspirational

ଦାଦନ

ଦାଦନ

1 min
4

ହାତରେ ତାର ଅନେକ ନାମୀ ଦାମୀ  

ୟୁନିଭର୍ସିଟିର ଡିଗ୍ରୀ

ହେଲେରାଜସିଂହାସନର ଯୋଗ

ଅବଶ୍ୟ ତାର ଭାଗ୍ୟରେ ନାହିଁ,

ମଧ୍ୟବିତ୍ତ ସବର୍ଣ୍ଣର ଷ୍ଟାମ୍ପ ତା ଦେହରେ

ଏମିତି ଲାଗିଯାଇଛି ଯେ ଆଉ

ଛାଡ଼ିବାର ନାଁ ହିଁ ନେଉନି।

ବିପିଏଲ୍ରେ ସେ ଅନ୍ତର୍ଭୁକ୍ତ ନୁହେଁ କି

ବେଶି ଥିଲାବାଲା ଘରର ବି ସେ ନୁହେଁ,

ଏ ସବୁ ଆଗରେ ତା ଭୋକର ଭୌଗୋଳିକ ସୀମା

କିନ୍ତୁ ବନ୍ଧ ବାଡ କିଛି ମାନୁନି,

ସେଥିପାଇଁ ତ ସେ ଆଜି ଡିଗ୍ରୀ ସବୁକୁ

ଦସ୍ତା ବାକ୍ସରେ ତାଲା ଦେଇ ତାକୁ

ମୁଣ୍ଡରେ ମୁଣ୍ଡେଇ ଚାଲିଯାଇଛି

ଦାଦନ ଖଟିବା ପାଇଁ।

ନିଜ ଲୋକମାନଙ୍କ ଠାରୁ ମାଇଲ୍ ଦୂରରେ

ସୂତା ମିଲ୍,କୋଇଲା ଖଣି ଆଉ କଳା କାରଖାନା ସବୁ

ଯେମିତି ବଡ଼ ବଡ଼ ନାଲି ଆଖି କରି

ତା ଶିକ୍ଷାର ମଜା ଉଡଉଛନ୍ତି,

କୁହାଟ ମାରୁଛନ୍ତି ତାର ଅସହାୟତା କୁ ଦେଖି

ପେଟ ପାଇଁ ତ ସବୁ ନାଟ

କାହାର କହିବା ଆଉ ନ କହିବାରେ

କଣ କେବେ ପେଟ ଭରେ?

ତେଣୁ ଯୋଗ୍ୟତା ସବୁକୁରଖି ଆଉ

କଣ ନିଜ ଜୀବନ ହାରି ଥାଆନ୍ତା?

ସେଥିପାଇଁ ତ ସେ ଆଜି ଚାଲିଯାଇଛି

ମାଇଲ୍ ମାଇଲ୍ ଦୂରତାର ଦୂର

ଦିଗବଳୟର ସୀମା କୁ ଚିରି

ଦାଦନ ଖଟିବା ପାଇଁ।

ହାତରେ ତାର ଅନେକ ନାମୀ ଦାମୀ  

ୟୁନିଭର୍ସିଟିର ଡିଗ୍ରୀ।



Rate this content
Log in

Similar oriya poem from Tragedy