Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (68)

ଚଉପଦୀ (68)

1 min
378




ଚଉପଦୀ

(68)

ରାଗ ପୂରବୀତାଳ ଆଠତାଳି

ତୁହି ପରା, ମୋ ହୃଦୟ ମଣିମୟହାରା ରେ (ପଦ)

ସହି ତୁ ମୋହର ସକଳ ସମ୍ପଦ, ମଦନ ଫଣି ରଦନ ବିଷଗଦ ,

ଅଖିଳ ବିଭବ ଆଖ୍ଡଳ ପଦ, ଆରୋହଣ ପରମ୍ପରା ରେ (1)

ରସିକରାଜି ମସ୍ତକ ଅଳଙ୍କାର, ବିଦ୍ରୁମ, ନବପଲ୍ଲବ ଗର୍ବହର,

ତୋ ପୟର ଲାକ୍ଷା ରଞ୍ଜକ ଦାସ ମୁଁ ବିରହ ଦୁଃଖ ପାସୋରା ରେ (2)

କହିଥିବେ ସହି ଜାଣି ବା ନଜାଣି, ମଣିଲୁ କି ସତ ଶୁଣି ତାଙ୍କ ବାଣୀ,

ଧରିଛୁ ବିରସ ବିବେକିନୀ ଶ୍ରେଣୀ , ମସ୍ତକ ମଣ୍ଡନା ଝରା ରେ (3)

ନ ମଣ୍ଡିବୁ ସିନା ମୋର ବକ୍ଷସ୍ଥଳ, ହୃଦୟରୁ ଯିବୁ କରି କେଉଁ କଳ,

ମୋ ମନ ଗଗନ ତଟ ସମୁଜ୍ୱଳ ଉଦୟ ନିର୍ମଳ ତାରା ରେ (4)

ସଜନି ଗୋ ନବସୁରତି ବିଭବ, ପାଶୋରି ଯିବକି ମନୁ ଥିଲେ ଜୀବ,

ଦୀନ କବି ରବି ଚାତକର ନବ ଘନରସ ଜଳଧାରା ରେ (5)

କବିସୂର୍ଯ୍ୟ ବଳଦେବ ରଥ


Rate this content
Log in