STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଚନ୍ଦ୍ର ବନ୍ଦନା

ଚନ୍ଦ୍ର ବନ୍ଦନା

1 min
235



ଜୟ ଜୟ ତାରାପତି ଜୟ ନିଶାକର l

ଜୟ ଜୟ ସତେଇଶି ନକ୍ଷତ୍ରଙ୍କ ବର ll

ଜୟ ଜୟ ଦକ୍ଷ ପ୍ରଜାପତିଙ୍କ ଜାମାତ l

ଜୟଜୟ ନିଶିନାଥ ରୋହିଣୀର କାନ୍ତ ll

ଜୟ ଜୟ ଜୟ ଦେବ ଅତ୍ରୀମୁନି ସୂତ l

ଜୟ ମାତେ ଅନସୂୟା ଗର୍ଭରୁ ସମ୍ଭୂତ ll

ସାଗରୁ ଉତ୍ଥିତ ପୁଣି ମନ୍ଥନର କାଳେ l

ବିଷ୍ଣୁବଲ୍ଲଭୀଙ୍କସହ ସମୁଦ୍ର ଉଲ୍ଲୋଳେ ll

ଜୟ ଜୟ ଅମୃତାଂଶୁ ଅମୃତ ବାରିଧି l

ଜୟ ସୁଧାକର ସ୍ରଷ୍ଟା ସମସ୍ତ ଔଷଧି ll

ବରଷି ସ୍ନିଗ୍ଧ କିରଣ ସୁଧାର ସମାନ l

ଧରାଧାମେ ପୁଷ୍ଟକର ବୃକ୍ଷଲତାମାନ ll

ଶଶକ ଚିହ୍ନ ଅଙ୍କରେ ନାମ ହେ ଶଶାଙ୍କ l

ଚନ୍ଦ୍ରଚୁଡ଼ଙ୍କ ଶିରରେ ଶୋଭା ଚନ୍ଦ୍ରବାଙ୍କ ll

ଚନ୍ଦ୍ରକଳା ହ୍ରାସ ବୃଦ୍ଧି ଶିକ୍ଷା ଏହା ଦେଇ l

ଚକ୍ରବତ ସୁଖ ଦୁଃଖ ସଂସାରେ ଘୂରଇ ll

ଗୁରୁପତ୍ନୀ ହରି ପୁଣି ହୋଇ ଶାପ ଗ୍ରସ୍ତ l

ପ୍ରଭାସତୀର୍ଥ ଆସିଲ ହେଲ ବ୍ୟାଧିମୁକ୍ତ ll

ସାକ୍ଷୀ ରହିଛନ୍ତି ପ୍ରଭାସରେ ସୋମନାଥ l 

ଜୟ ସୋମଦେବ ଜୟ ଜୟ ସୋମନାଥ ll

        


Rate this content
Log in

Similar oriya poem from Inspirational