STORYMIRROR

Satyanarayan Sahoo

Inspirational

3  

Satyanarayan Sahoo

Inspirational

ଚଳନ୍ତି ଠାକୁର

ଚଳନ୍ତି ଠାକୁର

1 min
125



ମଧୁମୟୀ ବିଶ୍ୱେ ରସମୟୀ ହୁଏ 

ପିତା ମାତା ଶୁଭାଶିଷେ

ଆନନ୍ଦ ଆହ୍ଲାଦେ ଚିର ଆଦରରେ

ଢାଳନ୍ତି ସଦା ସ୍ନେହ ସେ ॥


ତାଙ୍କ ପାଇଁ ଶିଶୁ ଦେଖଇ ସଂସାର

ଚଳଇ ଖୁସି ମନରେ

ସ୍ନେହ ଶରଧାର ଅମୀୟ ମାଧୁରୀ

ଝରାନ୍ତି ଯେ ଶିଶୁ ପରେ ॥


ଶୈଶବର ଅସହାୟ ଜୀବନରେ

ହୁଅନ୍ତି ଯିଏ ସହାୟ

ଛୋଟରୁ କରନ୍ତି ବଡ ପ୍ରତ୍ୟେକଙ୍କୁ

ସେନେହେ ପୂର୍ଣ୍ଣ ହୃଦୟ ॥


ଅଟେ ଯାହାଙ୍କର ଜନନୀ ପିଅର

ତାଙ୍କ କଥା ମାନି ସଦା

ଚଳୁଥିଲେ କେବେ ନ ପଡି ଆପଦେ

ଜୀବନ ଆନନ୍ଦ ପ୍ରଦା ॥


ସହି କେତେ ଦୁଃଖ ସନ୍ତାନଙ୍କ ସୁଖ

ଲାଗି ଚିର ଧନ୍ଦି ହୋଇ

ଜୀବନ ‐ଯୌବନେ ଥାନ୍ତି ଯେଉଁମାନେ

ପିତା‐ ମାତା ଟନ୍ତି ସେହି ॥


ତାହାଙ୍କର ସେବା ସନ୍ତାନ କର୍ତ୍ତବ୍ୟ

ପରିବାର ଶାନ୍ତିମୟ

ହୋଇ ପାରିଥାଏ ଚଳନ୍ତି ଠାକୁର

ଭାବେ ଗୃହ ଦେବାଳୟ ॥


ସ୍ୱର୍ଗୀୟ ମାଧୁର୍ଯ୍ୟେ ଆହା କି ! ସହଜେ

ରାଜି ଉଠେ ସୁ‐ଋଚିରେ

ପିତା ମାତା ସେବା ଫଳେ ହେଳେ କିବା

ଅସାଧ୍ୟ ଅଟ

େ ମହୀରେ ?


ତାଙ୍କରି ଆଶିଷ ସୁଦିବ୍ୟ ପରଶ

ସହିତେ ନବ ଚେତନା

ସଞ୍ଚାରେ ପରାଣେ ଦିବ୍ୟ ଫୁର୍ତ୍ତି ବୁଣେ

 ପ୍ରାଣେ ଯୋଗାଏ ପ୍ରେରଣା ॥


ପିତା ମାତାଙ୍କର ବାଧା ଓ ଆକଟ

ସନ୍ତାନର ହିତକର

ହୋଇ ସୃଜେ ନିତି ଦିବ୍ୟ ଅନୁଭୁତି

ମଧୁ ‐ପୂରବୀ ଝଙ୍କାର ॥


ଆଦ୍ୟ ଗୁରୁ ମାତା  ଗୁରୁ ଭାବେ ପିତା

ନିତି ନୀତି ଓ ଆଦର୍ଶେ

ଆଦର ସେନେହେ ଶିକ୍ଷା ଦାନେ ଯିଏ

ହିତ ସାଧି ଉପଦେଶେ ॥


ଶିଖାନ୍ତି ବହୁତ ଜ୍ଞାନ ବିଦ୍ୟା ସ୍ରୋତ

ଯାହାଙ୍କ ଯୋଗୁଁ ବିକାଶ

ସାଧିତ ହୁଅଇ ପିତା ମାତା ସେହି

ତାଙ୍କ ସେବା ତାଙ୍କ ଯଶ ॥


ଘେନି ସୁ‐ମହାନ ହୁଅନ୍ତି ମାନବ

ଲଭନ୍ତି ନବ ଉତ୍ସାହ

ଗତି ମୁକ୍ତି ଦାତା ସେ ' ଭାଗ୍ୟ ବିଧାତା

 ତାଙ୍କରି ଆଶିଷ ସ୍ନେହ ॥


ଜୀବନେ ଭରଇ ଆନନ୍ଦ ‐ ପୂରବୀ

ସଞ୍ଚାରି ମଧୁ ମୟୁଖେ

ତାଙ୍କୁ ଯିଏ ସେବେ ସୁ‐ସନ୍ତାନ ଭାବେ

କାଳ ସେ ଯାପଇ ସୁଖେ ॥




Rate this content
Log in

Similar oriya poem from Inspirational