STORYMIRROR

Niranjan Sahu

Inspirational Others

2  

Niranjan Sahu

Inspirational Others

ଚଳନ୍ତି ଠାକୁର

ଚଳନ୍ତି ଠାକୁର

1 min
117


         

ଶିବଲିଙ୍ଗ ଟିକୁ ମଣିଷ କରିଛି    

ଭକ୍ତିରେ ପୂଜା କରୁଛ, 

ଦାରୁମୁର୍ତି କୁ ମଣିଷ କରିଛି 

ନୀତି ପୂଜା ବିଧି କରୁଛ,


ତୁମକୁ ଯିଏ ଜନମ ଦେଇଛି

ତାକୁ ଅବହେଳା କରୁଛ

ଚଳନ୍ତି ଠାକୁର ଘରେ ରହିଛନ୍ତି

ମରୀଚିକା ପଛେ ଧାଇଁଛ,


କହିଲେ କହିବ କହୁଛି

ନିଜ ବିବେକକୁ, ଟିକେ ପଚାରିଲ

        ମୁଁ ଠିକ କି ଭୁଲ କହୁଛି...


ମନ୍ଦିର ଯାଇ ପୂଜା କରିବା

କିଏ ମନା କରୁନାହିଁ

ବାପା ମାଆ ଙ୍କୁ ଅବହେଳା କଲେ

ଯିବା କିଛି ମୂଲ୍ୟ ନାହିଁ


ମୁଁ କହୁନାହିଁ ଭାଇ

ଗୀତା ଭାଗବତେ ନିଜେ ଭଗବାନ ପରା

             ଏକଥା ଅଛନ୍ତି କହି,,


Rate this content
Log in

Similar oriya poem from Inspirational