Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Anirudha Kund

Tragedy


4.0  

Anirudha Kund

Tragedy


ଚଳିବ କି ହେଲେ ବିମୁଖ

ଚଳିବ କି ହେଲେ ବିମୁଖ

1 min 159 1 min 159


ଖାଁ ଖାଁ ଦିଶୁଅଛି ବଡ ଦାଣ୍ତ ତୋର

  ଶୁନଶାନ୍  ସିଂହଦୁଆର

 କୁଢ କୁଢ ଶବ ଧାଡିରେ ଜଳୁଛି

   ଭାରି ଭିଡ ସ୍ବର୍ଗଦୁଆର 

କୁହ ହେ ଠାକୁର ଚଳିବକି ହେଲେ   

   ଏମିତିକା ତୁମେ ନିଷ୍ଠୁର ॥୦॥


ସକାଳ ଯେଉଁଠି ସଞ୍ଜବି ସେଇଠି

 ସାଙ୍ଗସାଥି ପାରେନି ଭେଟି

କେତେ ଲୁଚିବିରେ ମୁହିଁ ନିଜେ ଘରେ 

  ପାଟିରେ ବାନ୍ଧି ଦେଇ ପଟି

ପାଚିଲା ଝୁଲୁଛି କଞ୍ଚା ଖସୁଅଛି

   ଅଜଣା ଆତଙ୍କର ଡର ॥୧॥


ନୀଳଚକ୍ରେ ନେତ ପତିତପାବନ

   ତଥାପି ଉଡେ ଫରଫର

ଶୁଣିଥିଲି ପରା ମୋ କଳାସାଆନ୍ତେ

   କୁଆଡେ ଦୟାର ସାଗର

ଦୟା ଆସୁନାହିଁ ମନରେ ତୁମର

  ଦେଖି ସଂସାରେ ହାହାକାର ॥୨॥


ଜଗତ କରତା ସଂସାର ନିୟନ୍ତା

  ଚଳିବ କି ହେଲେ ବିମୁଖ

ପତିତପାବନ  ପତିତ ଉଦ୍ଧାର

  ଦେଖାଇ ହୋ ତବ ଶ୍ରୀମୁଖ

ହସୁ ଏ ସଂସାର ହସୁ ଚରାଚର

  କରୁଣା ଦୃଷ୍ଟିରେ ତୁମର ॥୩॥


Rate this content
Log in

More oriya poem from Anirudha Kund

Similar oriya poem from Tragedy