The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Gangotri Priyadarshini

Romance

3  

Gangotri Priyadarshini

Romance

ଚକ୍ଷୁ ନୁହେଁ ସେ ତ ମୁଦ୍ରିତ କଇଁ

ଚକ୍ଷୁ ନୁହେଁ ସେ ତ ମୁଦ୍ରିତ କଇଁ

1 min
9



ରାତ୍ରୀ ପାରାବାରେ  

ଆଖି ଦୁଇ ତୁମ ମୁଦ୍ରିତ କଇଁ  

ପ୍ରତୀକ୍ଷା କାହାକୁ ନାହିଁ ।।

ସେ କଇଁ ପରାଏ  

କେ ସୁନ୍ଦର ନାହିଁ  

ଢଳ ଢଳ ରୂପ ମନ ନିଏ ମୋହି ।।

ଚକ୍ଷୁ ଦ୍ୱୟେ ଯାର  

ରଙ୍ଗୀନ ସ୍ଵପ୍ନ ଆବରଣ 

ଅବୁଝା ଭାଷାରେ ଦିଏ ସବୁ କହି  ।।

ଭ୍ରମରକୁ ମନା  

ଛୁଇଁବାକୁ କଇଁ  

କାଳେ ମନ ବନୁ ନେବ ସେ ଚୋରେଇ  ।।

ପରାଗ ରେଣୁରେ  

ଭାବ ରଖିଥାଇ  

ମନ ଭରି ଗଲେ ଦୁରେ ଉଡିଯାଇ  ।।

ଅପୂର୍ବ ଶୃଙ୍ଗାର  

ଭ୍ରାନ୍ତେ ମନ ଛୁଇଁ  

ଅପୂର୍ବ ଚକ୍ଷୁ ସେ ସବୁ ବୁଝିଯାଇ  ।।

ଉଷା ଆଶ୍ଵସନେ  

ମଧୁସିକ୍ତା ହୋଇ  

କଇଁ ରହିଥାଏ ମଧୁପକୁ ଚାହିଁ ।।

କଇଁ ପରା ଭାବ  

ସେ ହୃଦୟେ କାହିଁ  

ପ୍ରଥମ ପରଶେ ମନ ଚୋରି ଯାଇ  ।।

କାମିନୀ ବରନା  

ପୁରୁଷ ମଣଇ  

ଚକ୍ଷୁ ପ୍ରାୟ ରୂପ ସତେକି ଦିଶଇ  ।।

ସର୍ବ ପ୍ରିୟ କଇଁ  

ମନ ଜିଣୁଥାଇ  

କେତେ ଭୋଗେ ପୁଣି ଯୋଗ୍ୟା ହେଇ  ।।

ପ୍ରେମିକାର ଚକ୍ଷୁ  

କଇଁ ଲାଗୁଥାଇ  

ସେ ଚକ୍ଷୁରୁ ପରା ପ୍ରେମ ଝରୁଥାଇ  ।। 


  



Rate this content
Log in

Similar oriya poem from Romance