Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Gouranga Patel

Others

3  

Gouranga Patel

Others

ଚକାଆଖି

ଚକାଆଖି

1 min
150


      

ଆହେ ଚକାଆଖି   କରୁଛି ମିନତୀ

     କୃପାଦୃଷ୍ଟି ରହିଥାଉ,

ମୋ ଚଲାପଥରେ   ଦୁଃଖ ଆସୁଯେତେ

     ସହନଶୀଳତା ବଢୁ (୧)

ଡାକୁଛି ଆତୁରେ    ଅତି ସରାଗରେ

    ଆହେ ଜଗତର ନାଥ,

ଦୁଃଖୀ ରଙ୍କି ସେବା  ଆସୁ ପଛେ ବାଧା

    ଆଗେ ବଢୁ ନିଜ ହାତ (୨)

ଅବାଟରେ ଯେବେ  ଗୋଡ ଖସିଯାଏ

    ଦେଖାଅ ମୁକତି ପଥ,

ଭକତ ବତ୍ସଳ    ହେ ପୁରୀ ଠାକୁର

    ଜୟ ଜୟ ଜୟ ତବ (୩)

ଏତିକି ଭକତି    ଏତିକି ଶକତି

     ବିଶ୍ୱାସ ହିଁ ତୁମଠେଇଁ,

ନିସ୍ୱାର୍ଥ ମନରେ   ପଶୁଛି ସରଣ

   ଆହେ ପ୍ରଭୁ ଭାବଗ୍ରାହୀ (୪)



Rate this content
Log in