Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Children

4.0  

DILIP KUMAR SAHOO

Children

ଚିଠି

ଚିଠି

1 min
224


 ଚିଠି ଏବେ ଇତିହାସ ଡାକବାକ୍ସ ଖାଲି

କାଗଜ କଲମ କଥା ଲୋକେ ଗଲେ ଭୁଲି ।

ଖବର ତ ଆଣୁଥିଲା ଏଇ ଚିଠି ବୋହି

ଭାବ ଆଉ ଆବେଗର କଥା କେତେ ନେଇ।

ଦୂରଦେଶୀ ବନ୍ଧୁ ଅବା ପରଦେଶୀ ସାଥୀ

ମନକଥା ବୋହି ଆଣେ ଏଇ ଛୋଟ ଚିଠି ।

ପୁଅ ଗଲେ ବିଦେଶକୁ ସ୍ବାମୀ ଗଲେ ଦୂରେ

ଚିଠିକୁ ବସନ୍ତି ଚାହିଁ ଲୋକେ ଏଣେ ଘରେ ।

ଚିଠିରେତ ହେଉଥିଲା ଗପ ଗୀତ ଲେଖା

ଚିଠିର ମହକ ଥିଲା ପ୍ରେମ ପ୍ରିତି ମଖା ।

ଚିଠି ଥିଲା ଅପରୂପ ସାରସ୍ୱତ ସୃଷ୍ଟି

ମନଛୁଆଁ ଚିଠି କେତେ ପାଲଟିଛି ପୋଥୀ।

ଯେଉଁଦିନୁ ମୋବାଇଲ ହେଲା ଉଦ୍ଭାବନ

ସହିଦିନୁ ଚିଠି ହେଲା ସ୍ମୃତିରୁ ଉଭାନ ।

କେହି ଆଉ ଲେଖୁନାହିଁ କାହା ପାଇଁ ଚିଠି

ଶୁଭୁନାହିଁ କେଉଁଠାରେ ଡାକବାଲା ପାଟି ।



Rate this content
Log in

Similar oriya poem from Children