Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Romance

3  

Panchanan Jena

Romance

ଚିତ୍ରଲେଖା

ଚିତ୍ରଲେଖା

1 min
115



ନଦୀର ନାମ ସୁବର୍ଣ୍ଣରେଖା

   ଘାଟର ନାମ ମିତ୍ରମୂଖା

ତୀରର ନାମ ଆଦ୍ୟରେଖା

   ପ୍ରିୟାର ନାମ ଚିତ୍ରଲେଖା ।


ମୁହାଣ ନାମ ଆଦ୍ୟଶିଖା

   ଗଣ୍ଡର ନାମ ନାଭିଶୁଖା

ତରୁରେ ଫଳ ରକ୍ତମୁଖା

   ଫୁଲରେ ହସେ ଚାରୁରେଖା ।


ଦିନର ନାମ ମଙ୍ଗଳମଧୁ

   ଲଗ୍ନର ନାମ କଳ୍ପକାୟା

ସମୟ ଖେଳେ ପବନ ମେଳେ

   ପ୍ରୀୟା ପଣତ ମଗ୍ନ ଛାୟା ।


ନଦୀ ଦର୍ପଣେ ମୁଖ ତର୍ପଣେ

  ହିଲ୍ଲୋକ ଧାରେ ରୂପାଜହ୍ନ

ମୁରୁକି ହସି ସେ ମଲ୍ଲୀକଷି

  ଗଣ୍ଡୁଷ ଭରେ ବସି ସାୟାହ୍ନ ।


ତରଙ୍ଗ ଧାରେ ମରୁତ ମାରେ

  ଚୂର୍ଣ୍ଣ କୁନ୍ତଳ ଇତଃସ୍ତତଃ

ମୂଖ ମୟୂଖ ଘୋଡାଏ ଦେଖ

  ଚିତ୍ର ଚରିତ୍ର ଅସ୍ତବ୍ୟସ୍ତ ।


ନାବିକ ପୁଅ ଆହୁଲା ଥୁଅ

  ନୟନ ସୁଖ ଲାସ୍ୟାଛାୟା

ନୀଳ ଅମ୍ବରୀ ନୀଳ ଲହରୀ

  ଚପଳ ଛନ୍ଦେ କାବ୍ୟମାୟା ।



Rate this content
Log in

Similar oriya poem from Romance