ଚିତ୍ରକର
ଚିତ୍ରକର
କିଏ ସେ ଚିତ୍ରକର
ଆଙ୍କିଛି ଏ ଛବି
ଏତେବଡ଼ କାନଭାସରେ
ସୀମାହୀନ ଆକାଶକୁ
ଏତେ ଘନ ନୀଳ ରଙ୍ଗରେ
ନଟୁପରି ଘୁରାଉଛି ପୃଥିବୀକୁ
ସୂର୍ଯ୍ୟଙ୍କ ଚତୁର୍ଦ୍ଦୁଗରେ
ଏତେ ରଙ୍ଗ ନେସି ଦେଇ
କିଏ ସେ ଭରିଲା
ପୃଥିବୀରେ ଏତେ ସବୁଜିମା
ଜୀବନରେ ଏତେ ଆପଣାପଣ
ରାତିର ଆକାଶରେ କିଏ ସେ
ଖଞ୍ଜିଦେଲା ତାରାମାନଙ୍କୁ
ଗୋଟେ ଗୋଟେ କରି ମଲ୍ଲିଫୁଲ
ସମଗ୍ର ଆକାଶ ବ୍ୟାପି ରହିଲେ
ସୂର୍ଯ୍ୟ ଚନ୍ଦ୍ରଙ୍କ ସହିତ
କିଏ ସେ ଚିତ୍ରକର
କେମିତି ଆଙ୍କିଦେଲା
ଏତେ ଚମତ୍କାରରେ
ଏଡ଼େ ବିରାଟ ବ୍ରହ୍ମାଣ୍ଡ
ବସନ୍ତର ଅଗମାନେ
କିଏ ସେ ଭରିଦିଏ
ଜୀବନରେ ଏତେ ଶିହରଣ
ଗ୍ରୀଷ୍ମରେ ଏତେ ଖରା
ବର୍ଷାରେ ବର୍ଷାର ଧାରା
ଶୀତରେ ଏତେ କାକର
ଜୀବନରେ ନିଶ୍ୱାସ ଭରିଛି କିଏ
ଶୈଶବରେ କାନ୍ଦ
ଯୌବନରେ ସ୍ଵପ୍ନ
ବାର୍ଦ୍ଧକ୍ୟରେ ପ୍ରଭୁ ନାମ
ମୃତ୍ୟୁରେ ରାମନାମ ସତ୍ୟ
କିଏ ତୁମେ ଚିତ୍ରକର
ସୃଷ୍ଟି ତୁମ ଏତେ ମୁଗ୍ଧକର
ତୁମକୁ ବାରମ୍ବାର ନମସ୍କାର
ମୁଁ ଧ୍ୟାନ ମଗ୍ନ
ହତବାକ ଦୃଷ୍ଟିରେ ଦେଖୁଛି
ଏ ବିଶ୍ୱ କେଡେ ଚମତ୍କାର