Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

4  

KRUTIBAS NAYAK

Classics Inspirational

ଚିତ୍ର ଚରିତ - 71 : କବିତା : ତିନି-ତିନି-ତିନି

ଚିତ୍ର ଚରିତ - 71 : କବିତା : ତିନି-ତିନି-ତିନି

1 min
229


ତିନୋଟି କଥାକୁ ମନେ ରଖିଥିଲେ ମଣିଷ ହୋଇବି ମୁହିଁ,

ସତ୍ୟ-ଧର୍ମଦୟା ହୃଦୟରେ ଥିଲେ ଶାନ୍ତିରେ ପାରିବି ଜିଇଁ |


ସମୟ -ସୁବିଧା-ପରୀକ୍ଷା ତିନୋଟି ଆସିଥାଏ ମାତ୍ର ଥରେ,

ହାତଛଡ଼ା କଲେ ଫେରି ଯିବେ ସିଏ ମିଳିବେନି ସହଜରେ |


ସ୍ଵପ୍ନ-ଭବିଷ୍ୟତ ଆଉ ସଫଳତା ଆମରି ହାତରେ ଅଛି,

ତାକୁ ଯିଏ ଥରେ ଅବହେଳା କରେ ତାକୁ ମିଳେନାହିଁ କିଛି |


ଆତ୍ମ-ବିଶ୍ୱାସ-ବନ୍ଧୁତା-ପ୍ରେମକୁ ଦୃଢ଼କରି ରଖିଥିବି,

ତାଙ୍କରି ବଳରେ ଜଗତକୁ ଜିଣି ବିଜୟୀ ଘୋଷିତ ହେବି |


ମିଥ୍ୟା-ଈର୍ଷା ଆଉ ଅହଂକାର ମିଶି ମଣିଷକୁ ନାଶକରେ,

ଏ'ତିନିକୁ ତ୍ୟାଗ କରିଲେ ସିନା ମୁଁ ଉପରକୁ ଉଠିପାରେ |


ଆଶା-ନ୍ୟାୟ ଆଉ ଶାନ୍ତିର ପକ୍ଷରେ ରହିଥିବି ସବୁବେଳେ,

କ୍ଷମା-ଉପକାର-ସେବାଭାବ ଥିଲେ ସମ୍ମାନ ମିଳିବ ବଳେ |


ସଂଯମତା ଆଉ ସହନଶୀଳତା ତା' ସହିତ ଵାମଭାବ,

ଏ' ତିନି ରହିଲେ କ୍ରୋଧ ଚାଲିଯିବ ଶ୍ରାଦ୍ଧାଭାବ ଉପୁଜିବ |


ମଣିଷକୁ ଟାଣେ ତଳକୁ ତଳକୁ ମୋହ-ମାୟା ଆଉ ଭୟ,

ସାହସ-ବିଶ୍ଵାସ-ନିଷ୍ଠା ତିନି ମିଶି ଆଣନ୍ତି କେବଳ ଜୟ |



Rate this content
Log in

Similar oriya poem from Classics