Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Action Others

4  

Arjuni charan Behera

Action Others

ଚିତୋଉ ପିଠା

ଚିତୋଉ ପିଠା

1 min
343


ବଡ଼ ଦେଉଳରେ ବିଶ୍ୱ କରତା

   ଲାଗିହେଲେ ପ୍ରଭୁ ରତନ ଚିତା l


କୌସ୍ତୁଭ ଭୂଷଣ ହୁଅନ୍ତି ସଜ

   ରୂପରେ ପ୍ରକାଶେ ମହାଐଶ୍ୱର୍ଯ୍ୟ l


ହଳିଆର ଘରେ ପୂଜା ପାର୍ବଣ

    ନମଃ ହଳାୟୁଧ ସଂକରଷଣ l


ପରବେ ବ୍ୟବସ୍ଥା ପିଠା ଗଇଁଠା

   ଅତି ସୁଆଦିଆ ଚିତୋଉ ପିଠା l


ମିଠା ପଣେ ନିନ୍ଦେ ଅମୃତ ସେହି

  ବନ୍ଦେ ଗାଇ ଗୋରୁ କୃଷକ ଭାଇ l


ବିରି ଚାଉଳକୁ ଶିଳେ ବଟାଇ

    ନଡ଼ିଆକୋରାକୁ ଗୁଡ଼େ ମିଶାଇ l


ଅମେଇସାପାଇଁ ପିଠା ଚିତୋଉ

     ପିଠା ଗଢୁଅଛି କୃଷକ ବୋହୁ l


ନାନା ଜାତି ପିଠା ପଣା ଉତ୍ସବ

     ପିଠା ଖିଆ ଓଡ଼ିଆର ବାନ୍ଧବ l


ତେର ପୂଜା ତାର ବାର ମାସରେ

   କେଉଁଠି କି କାହିଁ ଅଛି ବିଶ୍ୱରେ l


ସଞ୍ଜ ଦୀପ ଜାଳି କୃଷକ ବୋହୁ

      ହୁଳହୁଳି ଶୁଭଇ ମୁହୁର୍ମୁହୁଃ l


କୃଷକ ଘରଣୀ କୃଷକ ଭାଇ

    ପିଠା ପୂଜାକଲେ ପାଣି ଛଡ଼ାଇ l


ଗେଣ୍ଡେଶୁଣି,ଗେଣ୍ଡା,କୋଚିଆ ଭାଇ

    ବାପ ଭାଇ ଗୋଡ଼ କାଟିବ ନାହିଁ l


ହେ ବିଶ୍ୱ ବିଧାତା ଜଗତ୍ଜୀବନ

     ଜୀବ ଯାଉ ଗାଇ ତଵ ଭଜନ l


କୃଷକ ଭରସା ଦେବ ଦଇବ

     ନମଃ ନମଃ ପ୍ରଭୁ ବିଶ୍ୱ ବାନ୍ଧବ l

        


Rate this content
Log in

Similar oriya poem from Action