STORYMIRROR

Latika Bilash

Children

3  

Latika Bilash

Children

ଚିଙ୍କୁ ଓ ଟିକି ଚଢ଼େଇ

ଚିଙ୍କୁ ଓ ଟିକି ଚଢ଼େଇ

1 min
168



ଚିଙ୍କୁ ଓ ଟିକି ଚଢ଼େଇ

ଟିକି ଚଢ଼େଇ ଟିକି ଚଢ଼େଇ

ଆ' ବସିବା ମିତ ,

ମୁଁ ଫୁଙ୍କିବି ବଇଁଶୀ ଯେବେ

ତୁ ଗାଇବୁ ଗୀତ ।।

ତୋର ସାଥିରେ ବଣ ମୁଲକ

ବୁଲେଇ ନେବୁ ମୋତେ ,

ମୋର ସାଥିରେ ବିଦ୍ୟାଳୟକୁ

ଧରି ମୁଁ ଯିବି ତୋତେ ।।

ଟିକି ଚଢ଼େଇ ମୁଣ୍ଡ ହଲେଇ

କହେ ନାଇଁରେ ଚିଙ୍କୁ ,

ବଡ଼ ଚଗଲା ତୋ ସାଥି ପିଲା

ଦୂରୁ ଜୁହାର ତାଙ୍କୁ ।।

ତୁ ସିନା ସୁନା ପିଲାଟେ ବୋଲି

ହୁଏ କଥା ତୋ ସାଥେ ,

ତୋ ସାଙ୍ଗ ନାଁ ଧରିଲେ ଭାରି

ଭୟ ଲାଗଇ ମୋତେ ।।

ଜାଣୁ କି ଚିଙ୍କୁ ସେମାନେ ଆମ

ପକ୍ଷୀ କୁଳ

ର କରି ,

ମୋ ପରି ଟିକି ପକ୍ଷୀ ଛୁଆକୁ

ନେଇଯାଆନ୍ତି ଧରି ।।

ନଦେଲେ ଧରା ଆମ ପାଖକୁ

ଟେକା ପଥର ଫିଙ୍ଗି ,

ବସାରୁ ଅଣ୍ଡା ବୋହି ନିଅନ୍ତି

ବସା ଦିଅନ୍ତି ଭାଙ୍ଗି ।।

ତା ଦେଖି ମନ ଦୁଃଖରେ ବସି

କାନ୍ଦେ ଆମରି ବୋଉ ,

ଆଖିରୁ ତା'ର ଲୁହ ତ ନୁହେଁ

ଝରଇ ଅବା ଲହୁ । ।

ମଣିଷ ଜାତି ବୁଦ୍ଧିଆ ବୋଲି

ନିଜକୁ ପରା ଭାବ ,

ପର ପରାଣେ ଆଘାତ ଦେଇ

ପାଅ ଭଲା କି ଲାଭ ??

ବଳ ତୁମର ବାହୁରେ ଅଛି

ମୁଣ୍ଡରେ ଅଛି ବୁଦ୍ଧି ,

ତା ଦ୍ଵାରା କଲେ ଅନ୍ୟର ହିତ

ଲଭିବ ସିନା ସିଦ୍ଧି ।।


Rate this content
Log in

Similar oriya poem from Children