STORYMIRROR

Sagar Kumar Parida

Abstract Inspirational

3  

Sagar Kumar Parida

Abstract Inspirational

ଛନ୍ଦହୀନ ଜୀବନ

ଛନ୍ଦହୀନ ଜୀବନ

1 min
225

ଈଶ୍ୱର ପଦତ୍ତ ସୁନ୍ଦର ଜୀବନ

ଆଜି ଛନ୍ଦହୀନ ହୋଇଚି,

ସୁଖ ଶାନ୍ତି ହଟି ମଣିଷ ଜୀବନୁ

ଦୁଃଖ ଅଶାନ୍ତି ରାଜୁତି କରୁଚି।।

ଶୃଙ୍ଖଳିତ ଜୀବ ମଣିଷ ଆଜିଯେ

ବିଶୃଙ୍ଖଳିତଟି ହୋଇଚି,

ପରିବେଶ ପ୍ରଦୂଷଣ କରି କରି

ନିଜ ଗୋଡ଼ରେ କୁରାଢ଼ି ମାରିଚି।।

ଆଧ୍ୟାତ୍ମିକ ଦିଗୁ ନଜର ହଟାଇ

ଚଳଚିତ୍ର ନିତି ଦେଖୁଛି,

ପିତାମାତା ସେବା କରିବା ବଦଳେ

ସାଙ୍ଗ ସାଙ୍ଗ ଖାଲି ହେଉଛି।।

ପରିବାରେ ଟିକେ ସମୟ ଦେବାକୁ

ହେଉନାହିଁ ତାକୁ ସମୟ

ଯେଉଁଆଡ଼େ ଗଲେ ଖାଲି କାମ ତାର

ମନ ମସ୍ତିଷ୍କଟି ଅଥୟ।।

ନିଜ ସ୍ୱାସ୍ଥ୍ୟ କଥା ଭାବିବାକୁ

ତା'ର ସମୟ ପାଖରେ ନାହିଁ

ଛନ୍ଦହୀନ ତା'ର ଜୀବନ ହୋଇଛି

ରୋଗକୁ ସେ ଆମନ୍ତ୍ରଇ।।

ଜୀବନରେ ଯଦି ଗୁରୁନାହିଁ କାର

ଜୀବନ ତା ଅକାରଣ

ଗୁରୁଙ୍କ ଶକତି ବଳରେ ମୁକତି

ମିଳେ ଏହି କଥା ଜାଣ।।

ହେ ମଣିଷ ଛାଡି କୁ ଅଭ୍ୟାସ ତୋର

ସୁ ଅଭ୍ୟାସେ ଦିଅ ମତି

ଛନ୍ଦହୀନ ତୋର ଜୀବନ ଆକାଶେ

ଉଇଁବେ ନୂତନ ରବି।।


Rate this content
Log in

Similar oriya poem from Abstract