Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ଛନ୍ଦା ଚରଣରେ ବନ୍ଧା ଏ ପରାଣ

ଛନ୍ଦା ଚରଣରେ ବନ୍ଧା ଏ ପରାଣ

1 min
333



ତୋ ଛନ୍ଦା ଚରଣ କରିଲେ ଦର୍ଶନ

ଲାଗି ରହେ ମନ ମୋର

ଦରଶନେ ତୋର ଶାନ୍ତ ହୁଏ ପ୍ରାଣ

ତୁମ୍ଭ କୃପା ଦରକାର ll


ତୋର ଠାଣି ଦେଖି   ଆଚମ୍ବିତ ଆଖି

ନ ଦେଖିଲେ ହୁଏ ଝୁରି

ଯେତେ ବି ଦେଖିଲେ  ଅଧୁରା ହୃଦୟେ

ଦେଖିବାକୁ ହୁଏ ଘାରି ll


ପ୍ରଭୁ ବଂଶୀଧର କାହ୍ନୁ ଗୋପୀଙ୍କର

ମୟୂର ଚୂଳିଆ ଧନ 

ତୁମ ପ୍ରୟରରେ ପ୍ରଣିପାତ କରେ

ଦିଅ ପ୍ରଭୁ ସଦଜ୍ଞାନ ll


ତୁମରି ଦାନ ଏ ଦୁର୍ଲଭ ଜୀବନ

ତୁମ ନାମ ସଦା ଗାଉ

ତୁମରି ଚରଣେ ଭକ୍ତି ଭାବେ ମନେ

ସମର୍ପଣ ଭାବ ଥାଉ ll


କରୁଛି ଜଣାଣ ବନ୍ଧା ଏ ପରାଣ

ତୁମେ ମୋର ପ୍ରାଣନାଥ

ଅନାଥର ନାଥ ମୁଇଁ ଯେ ଅନାଥ

କୃପାକର ଜଗନ୍ନାଥ ll



Rate this content
Log in