STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ଛଳନା

ଛଳନା

1 min
195


ଆଖିରେ ତୁମର ମାଖି ଆସିଥିଲ

କେଉଁ ମିଛ ମୋହାଞ୍ଜନ

ପ୍ରଥମ ଦେଖାରେ ପାରିଜାତ ତୁମ

କରି ନେଲା ଆକର୍ଷଣ। 


କେଜାଣି କି ଯାଦୁ ଥିଲା ତୁମ ଠାରେ

ଚକ୍ଷୁ ମୋର ଦେଲ ବାନ୍ଧି

ତୁମ ରୂପ ରଙ୍ଗ ଇଶାରାରେ ଆପେ

ହେଲି ମୁଁ ବିଚରା ବନ୍ଦୀ। 


କିଏ ଜାଣିଥିଲା ମୋ ଚୁକ୍ତିନାମାରେ

ଆଉ କା ସ୍ବାକ୍ଷର ଥିବ

ଅଧା ସମୁଦ୍ରରେ ଝଡ଼ଟିଏ ଆସି

ନାଆକୁ ବୁଡାଇ ଦେବ।


ଭଲା ତୁମ ପ୍ରେମେ ପାଗଳ ପରାୟେ

ଲୋକହସା ଆଜି ହେଲି

ଭଲ ଥିଲା ମୋର ବାଡୁଅ ବେଉସା

କାହିଁ ଏଡ଼େ ଭୁଲ କଲି। 


ମୋହ ଭାଙ୍ଗି ଗଲା ଅଭଙ୍ଗା କୋହରେ

ଜୀବନ ନିରବି ଗଲା

କୋଳାହଳ ଆଜି ବିଷ ପରି ଲାଗେ

ବିଶ୍ୱାସ ମୋ ଭାଙ୍ଗି ଗଲା। 


ଛଳନାର ଛିଟ ପାଟ ପିନ୍ଧି ତୁମେ

ଏମିତି କରିବ ବୋଲି

ଜାଣିଥିଲେ ପ୍ରେମ ନିଆଁ ବୋଲି ଭାବି

ଦୂରେ ଥାନ୍ତି ଦ୍ୱାର କିଳି। 



Rate this content
Log in

Similar oriya poem from Romance