ଛାଇର ଖେଳ
ଛାଇର ଖେଳ
ଆଲୁଅର ବି ଛାଇ ଥାଏ
ଅନ୍ଧାରର ମଧ୍ୟ
ପରାଗ ଓ ଗ୍ରହଣ କୁ ଦେଖ
ଛିଦ୍ରର ବି ରନ୍ଦ୍ର
ସମସ୍ତେ ଚନ୍ଦ୍ରର ଛାଇକୁ ଦେଖି
କହନ୍ତି କଳଙ୍କର ରଙ୍ଗ
ହେଲେ ଜହ୍ନ ଭିତରେ ପ୍ରେମିକା
ପ୍ରେମିକର ଖୋଜେ ସଙ୍ଗ
ଥରେ ପ୍ରେମ ହୁଏ ଜାଣିବା ପରେ
ପାଦରେ ବଦଳେ ଛନ୍ଦ
ଆଜିକାଲି ଗଳ୍ପ ପଢ଼ି ଲାଗେ ଯେମିତି
ପବନର ଗତି ବଡ ମନ୍ଦ
ଭୋଗରେ ନୁହେଁ ଭାବରେ ପ୍ରେମର
କିପରି ଏକରୁ ଅଧିକ ମନେ ଦ୍ୱନ୍ଦ
ଜଣେ ଯଦି ବାଟ ହୁଡେ ଆଉ ଜଣେ
ପାଏ ଛିଦ୍ରର ଗନ୍ଧ
ସତରେ ଗୋଟେ ବିଲୁଆ ବୋବାଇଲେ
ପଲେ ଭୁକନ୍ତି କି ଆନନ୍ଦ
ଗୋଟେ କାଉ କା କା କରୁ ସବୁତକ ବୋବେଇ
ଭଙ୍ଗି ଦିଅନ୍ତି ନିଦ
ମନୁଷ୍ୟ ବଦଳାଏ ପାଣିପାଗ ସହିତ
ଆବେଗର ସତେ ପହିଲି ସ୍ଵାଦ ।