Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lokanath Rath

Classics Inspirational Others

4.0  

Lokanath Rath

Classics Inspirational Others

ଚେନାଏ ଶାନ୍ତି

ଚେନାଏ ଶାନ୍ତି

1 min
233



ବ୍ୟସ୍ତ ବହୁଳ ଏହି ଦୁନିଆରେ ଆଜି 

  ସଭିଏଁ ନିଜ ନିଜ କର୍ମପଥର ଯାତ୍ରୀ, 

ସେହି ଜଞ୍ଜାଳ ଭିତରେ ଲାଗିଛି ଭିଡ଼ 

  ଭିନ୍ନ ଭିନ୍ନ ରୂପେ ବ୍ୟସ୍ତ ଦିଵରାତ୍ରୀ ।


ଜୀବନର କିଛି ସ୍ୱପ୍ନର ଲକ୍ଷ୍ୟ ନେଇ 

  ଭିଡନ୍ତି ଅଣ୍ଟା ସଭିଏଁ ସେଥି ପାଇଁ, 

ସେହି ଆଶାର ଆଲୋକ କର୍ମ କରାଏ 

  ଭାବିଲେ ବି ଶାନ୍ତି ପାଏ ନାହିଁ ।


ଭାବେ ଯେବେ କେହି ଭିଡ଼ରୁ ହଟିବ 

  ଏକାନ୍ତରେ କାଟିବ ବସି କିଛି କ୍ଷଣ, 

କ୍ଲାନ୍ତି ତାର ଦୂର ହେବ କିଛି 

  ପାଇବ ଚେନାଏ ଶାନ୍ତି ତାର ମନ ।


ଏକାନ୍ତରେ ବସି କିଛି ସ୍ମୃତିକୁ ପଢିବ 

  କିଛି ନିଜ ଭାବକୁ ଶବ୍ଦରେ ବାନ୍ଧିବ, 

ଚେତନାରେ ରହି କିଛି ଚିନ୍ତନ କରିବ 

  ଅଶାନ୍ତ ମନକୁ ଚେନାଏ ଶାନ୍ତି ମିଳିବ ।


ଏଥି ନେଇ ହୁଏ ଭାବରାଇଜରେ ଦ୍ଵନ୍ଦ 

  ମନ ମହଲରେ ଶୁଭେ ସେହି ଧ୍ୱନି, 

ସ୍ବପ୍ନ ଆଉ ଲକ୍ଷ୍ୟ ଦୋହଲି ଯାଆନ୍ତି 

  ଖୋଜନ୍ତି ଚେନାଏ ଶାନ୍ତି ତାହା ଶୁଣି ।


ରାସ୍ତା ଭିନ୍ନ ଭିନ୍ନ ସଭିଙ୍କର ସିନା 

  କିନ୍ତୁ ଏହି ଦୁନିଆ ସଭିଙ୍କ ପାଇଁ, 

ସବୁ ବାଧା ଵିଘ୍ନ ଦ୍ଵନ୍ଦ ମଧ୍ୟରେ 

  ସଭିଏଁ ଆତୁର ଚେନାଏ ଶାନ୍ତି ପାଇଁ ।



Rate this content
Log in