ଚେନାଏ ହସର କବିତାଟିଏ
ଚେନାଏ ହସର କବିତାଟିଏ
କବିଟିଏ ମୁଁ ତ କବିତାଗୋ ତୁମେ
ହୃଦୟ ତଳର ତଟିନୀ ଟିଏ
ଯତନେ ସାଇତା ପ୍ରୀତି ଗୋଲାପର
ସ୍ନେହ ବୋଳା ତୁମେ ପାଖୁଡ଼ାଟିଏ (୧)
ପରୀ ଟିଏ ତୁମେ ମନ ଆକାଶର
ଭାବନାର ଭରା ସପନ ଟିଏ
ଯନ୍ତ୍ରଣାରେ ଭରା ଜୀବନ ବାଟରେ
ଚେନାଏ ହସର କବିତା ଟିଏ (୨)
ହସରେ କାନ୍ଦ ରେ ସତ ସପନ ରେ
କୁହୁଡିରେ ଭିଜା ସକାଳ ଟିଏ
ଜହ୍ନ ଆକାଶରେ ବାଦଲ ଭିତରେ
ଲୁଚି ହସୁଥିବା ଚେହେରାଟିଏ (3)